#Uncategorized

୧୭୬ କୋଟି ଟଙ୍କା ବ୍ୟୟରେ ବାଲିଗୁଡା ଓ ଟିକାବାଲି ଠାରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ, ଗ୍ରାମବାସୀ ଖୁସ, ସରକାରଙ୍କୁ ଦେଲେ ଧନ୍ୟ ବାଦ

.
ଫୁଲବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ ଟିକାବାଲି ଠାରେ ମେଗା ପାନୀୟ ଜଳ ପ୍ରକ ଳ୍ପ ନିର୍ମାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି।
ବୁଧବାର ଟିକାବାଲି ବ୍ଲକର ବଡିମୁଣ୍ଡା ଗ୍ରାମଠାରେ ଏହି କାର୍ଯ୍ୟ କରିବାପାଇଁ କାର୍ଯ୍ୟାଦେଶ ପାଇଥିବା ମୁମ୍ବାଇର ଜେ.ଏମ.ସି ଇନଫ୍ରା. ର ଦାୟୀତ୍ଵରେ ଥିବା ପ୍ରୋଜେକ୍ଟ ମ୍ୟାନେଜର ଏନ.ନାଗେଶ୍ଵର ରା ଓ ଓ ସାଇଟ ମ୍ୟାନେଜର, ସୁପରଭାଇଜର ଓ ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ଇଂ.ଜ୍ଞାନେନ୍ଦ୍ର ନାଏକ ଓ ଟିକା ବାଲି ର କନିଷ୍ଠ ଯନ୍ତ୍ରୀ ଇଂ ନାରାୟଣ ନ। ଏକ ପ୍ରମୁଖ ଙ୍କଉପସ୍ଥିତ ରେ ଭୂମି ପୂଜନ ହୋଇଥିଲା।
କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳ ର ଲୋକମାନଙ୍କୁ ହାତ ପାଆନ୍ତାରେ ଚବିଶ ଘଣ୍ଟା ସ୍ଵଛ ଓ ଜୀବାଣୁ ମୁକ୍ତ ପାନୀୟ ଜଳ ଯୋଗାଇଦେବା ପାଇଁ ରାଜ୍ୟ ସରକାର ବଦ୍ଧପରିକର । ଫଳରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗତମାସରେ ପ୍ରଥମ ପ୍ରର୍ଯାୟରେ. ୧୭୬ କୋଟି ଟଙ୍କା ବ୍ୟୟରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଓ ଟିକା ବାଲି ବ୍ଳକର୨୫ଟି ଗ୍ରାମ ପଞ୍ଚାୟତରେ ଏହି ଦୁଇଟି ମେଗା ପାନୀୟ ଜଳ ପ୍ରକ ଳ୍ପ ନିର୍ମାଣ କରିବା ନେଇ ଘୋଷଣା କରିଥିଲେ।
ଟିକାବାଲି ବ୍ଲକର ୧୧ ପଞ୍ଚାୟତ ପାଇଁ ୭୮ କୋଟି ଟଙ୍କା ବାୟ ବରା ଦ ହୋଇଥିବାବେଳେ ବାଲିଗୁଡ଼ା ବ୍ଲକର ୧୪ଟି ପଞ୍ଚାୟତ ପାଇଁ ୧୦୭କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ନେଇ ଗ୍ରାମ୍ୟ ଜଳଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ.ସନ୍ତୋଷ କୁ ମାର କର କହିଛନ୍ତି । ଆସନ୍ତା ୨ ବର୍ଷ ମଧ୍ୟରେ ଏ ସବୁ ପ୍ରକଳ୍ପ କାର୍ଯ୍ୟ ସରିବାଲାଗି ଧାର୍ଯ୍ୟ ହୋଇଥିବା କଥା ନିର୍ବାହୀ ଯନ୍ତ୍ରୀ ଇଂକର କହିଛନ୍ତି ।
ଏ ସବୁ ପଞ୍ଚାୟତର ଜନସାଧାରଣ ଦୀର୍ଘବର୍ଷ ଧରି ପାନୀୟ ଜଳ ପାଇଁ କଷ୍ଟ ଭୋଗୁଥିଲେ । ବିଶେଷକରି ଗ୍ରୀଷ୍ମରୁତୁରେ ଧୁ ଧୁ ଖରାରେ ପାନୀୟ ଜଳ ପାଇଁ ମାଇଲ ମାଇଲ ବାଟ ଯିବାକୁ ପଡୁଥିଲା ମହିଳାମାନଙ୍କୁ ।
ଫଳରେ ଗ୍ରାମ ବାସୀ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ବିଭିନ୍ନ ସମୟରେ ଦାବୀ କରି ଆସୁଥିଲେ ଆଉ ସେମାନଙ୍କ ଦାବୀ ଯଥାର୍ଥ ଥିବାରୁ ସରକାର ଚଳିତବର୍ଷ ପାନୀୟ ଜଳ ପ୍ରକଳ୍ମ ନିର୍ମାଣ ଆରମ୍ଭ କରିଛନ୍ତି ।
ଫଳରେ ଗ୍ରାମବାସୀ ଅନ୍ତରରୁ ଖୁସି ବ୍ୟକ୍ତ କରିବା ସହ ରାଜ୍ୟସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିବା ସହ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ରାଜ୍ୟ ସରକାରଙ୍କୁ।
ଏହି ପ୍ରକଳ୍ପ ମାଧ୍ଯମରେ ବାଲିଗୁଡା ଓ ଟିକା ବାଲି ଲକ୍ଷାଧିକ ଲୋକ ଉପକୃତ ହେବେ ବୋଲି ଜଣାପଡିଛି। ସେହିପରି ଏହି ପ୍ରକଳ୍ପ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ଦ୍ଧାରୀତ ସମୟ ପୂର୍ବରୁ କାର୍ଯ୍ୟ ସମାପ୍ତ କରାଯିବ ବୋଲି ଜେଏମ.ସି ଇନଫ୍ରାର ପ୍ରୋଜେକ୍ଟ ମ୍ୟାନେଜର ଏନ.ନାଗେଶ୍ଵର ରାଓ କହିଛନ୍ତି । ଏ ସବୁ କାର୍ଯ୍ୟ ଯେପରି ଉଚ୍ଚମାନର ହେବ ସେ ନେଇ ମଧ୍ୟ କଂପାନୀ ଯଥେଷ୍ଟ ଗୁରୁତ୍ଵ ଦେଉଥିବା କଥା ରାଓ କହିଛନ୍ତି ।

Leave a comment

Your email address will not be published. Required fields are marked *