#Breaking News

ବାମନ ଜନ୍ମ ଉସ୍ଛବ ପାଳିତ

ଢେଙ୍କାନାଳ,ଢେଙ୍କାନାଳର କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଲରମଜୀଉ ଙ୍କ ମନ୍ଦିର ପାର୍ଶ୍ଵରେ ଥିବା ବାମନଙ୍କ ମନ୍ଦିର ରେ ଅପରାହ୍ନ 4ଘଟିକା ସମୟରେ ବାମନଙ୍କର ଜନ୍ମ ଉସ୍ଛବ ପାଳିତ ହୋଇଥିଲା । ବାମନ ଠାକୁରଙ୍କୁ ମାଜଣ କରାଯାଇ ମଙ୍ଗଳା ଆଳତି, ମହାସ୍ନାନ, ନୂତନବସ୍ତ୍ର ପରିଧାନ, ତୁଳସୀ ହାର, ଫୁଲ ହାର, ଆଳତି କରାଯାଇଥିଲା । ପୂଜକ ଭାଗିରଥି ପଣ୍ଡା, ପାଳିଆ ସେବକ ସଂବୁନାଥ ମହାପାତ୍ର ଏବଂ ଜିମଦର ବସନ୍ତ ରଥଙ୍କ ତତ୍ୱବାଧାନରେ ସମସ୍ତ ପୂଜାବିଦ୍ଧି ସମ୍ପାଦିତ ହୋଇଯାଇଛି ।

Leave a comment

Your email address will not be published. Required fields are marked *