#Breaking News

ଧନତେରସରେ ଗହଣା କିଣି ଫେରୁଥିଲେ ମା-ଝିଅ, ଝାମ୍ପି ନେଲେ ଲୁଟେରା


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଧନତେରାସରେ ସୁନା ଗହଣ କିଣିବାରେ ବ୍ୟସ୍ତ ଲୋକେ । ଏହି ସମୟରେ ସକ୍ରିୟ ହୋଇଛନ୍ତି ଲୁଟେରା । ସୁନା ଗହଣା କିଣି ଆସୁଥିବା ସମୟରେ ଜଣେ ମହିଳା ଏବଂ ତାଙ୍କ ଝିଅଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଏପରି ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଦେଖିବାକୁ ମିଳିଛି । ବାଲିଗୁଡ଼ା ହାଇସ୍କୁଲ କଲୋନୀରେ ସୁଲତା ପାତ୍ର ତାଙ୍କ ଝିଅସହ ମଙ୍ଗଳବାର ଅପରାହ୍ନରେ ବଜାରରୁ ସୁନା ଗହଣା କିଣି ଘରକୁ ଚାଲିଚାଲି ଫେରୁଥିଲେ । ଏହି ସମୟରେ ହଠାତ୍ ବାଇକରେ ୩ ଜଣ ଲୁଟେରା ଆସି ଗହଣା ବ୍ୟାଗ୍ ଲୁଟି ନେଇଛନ୍ତି । ଗହଣାକୁ ଛଡାଇ ଆଣିବା ପାଇଁ ସଂଘର୍ଷ କରି ପାଖାପାଖି ୧୦୦ ମିଟର ରାସ୍ତାରେ ଘୋଷାରି ହୋଇ ମହିଳା ଜଣକ ଆହତ ହୋଇଥିବା ଜଣାପଡ଼ିଛି । ସେପଟେ ଲୁଟ୍ ଖବର ଥାନାରେ ଏତଲା ପରେ ବାଲିଗୁଡ଼ା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a comment

Your email address will not be published. Required fields are marked *