#Uncategorized

ବିଜେପି ର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ


ଫୁଲବାଣୀ-( ସୁନୀଲ ପଟ୍ଟନାୟକ)
ଗୁରୁବାର ଫୁଲବାଣୀଠାରେ ବିଜେପିର ମଣ୍ଡଳ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲ।
ଏହି କାର୍ଯ୍ୟକ୍ରମରେ ପୁର୍ବତନ ଜିଲ୍ଲା ସଭାପତି ତଥା ବିଜେପି ନେତା ଲିଙ୍ଗରା ଜ ଦଳବେହେରା, ବିଜେପି ନେତା ଦେବ ନାରାୟଣ ପ୍ରଧାନ, ଅଜିତ ପଟନାୟକ,ରମେଶ ମହାନ୍ତି, ଓ ବରୀଷ୍ଠ ବିଜେପି ନେତା ଭଗବାନ ମହାନ୍ତି ପ୍ରମୁଖ ଯୋଗଦେଇ ତୃଣମୂଳ ସ୍ତରରୁ ବିଜେପିର ସ ସଂଗଠନକୁ ମଜବୁତ କରିବାକୁ ହେଲେ ଗ୍ରାମାଞ୍ଚଳକୁ ଯାଇ ସେମାନଙ୍କର ସୁବିଧା ଅସୁବିଧାରେ ଭାଗିଦାର ହେବା ସହ ସେମାନଙ୍କ ସମସ୍ୟା ସମାଧାନ କରି ବିଶ୍ୱାସ ଭାଜନ ହେଲେ ଯାଇ ବିଜେପିର ଶକ୍ତିବର୍ଦ୍ଧି ଘଟିବ ଆଉ ଆଗକୁ ଥିବା ପଞ୍ଚାୟତ, ଜିଲ୍ଲାପରିଷଦ ଦଖଲ କରି କ୍ଷମତା ହାସଲ କରିପାରିବ। ବୋଲି କହିଥିଲେ। ସେହିପରି କର୍ମୀମାନେ ସର୍ବଦା ନିଷ୍ଠା ଓ ଆନ୍ତରିକତା ର ସହ ଦଳ ପାଇଁ କାର୍ଯ୍ୟ କଲେ ଦଳ ସୁଦୃଢ଼ ହେବ ବୋଲି ବିଜେପି ନେତା ଭଗବାନ ମହାନ୍ତି କହିଥିଲେ ।
ବିଜେପି ନଗର ସଭାପତି ସୁଶାନ୍ତ ମହାନ୍ତି ସଭା ପରିଚାଳନା କରିବା ସହ ଦଳ ଯେପରି ମଜବୁତ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

Leave a comment

Your email address will not be published. Required fields are marked *