#Breaking News #District

ପଟ୍ଟା ନାହିଁ ଘର କରିପାରୁନାହାନ୍ତି ହିତାଧୀକାରୀ, ବ୍ଲକ ଆଗରେ ଧାରଣା


ଫୁଲବାଣୀ ( ଉଲ୍ଲାପ୍ର )


ପଟ୍ଟା ନଥିବା ଫଳରେ ଆବାସ ଯୋଜନା ରେ ଘର ମିଳିଥିଲେ ବି ହିତାଧୀକାରୀ ମାନେ ଘର ନିର୍ମାଣ କରିପାରିନାହାନ୍ତି l
ଫଳରେ ପଟ୍ଟା ଦେବାକୁ ଦାବି କରିଟିକାବାଲି ବ୍ଲକ ସମ୍ମୁଖରେ ଧାରଣା ରେ ବସିଛନ୍ତି ପାଞ୍ଚ ନମ୍ବର ଓ ଛ ନମ୍ବର ୱାର୍ଡ ମହିଳା ମାନେ l
ଦୀର୍ଘ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ପଟ୍ଟା ମିଳି ନାହିଁ, କିଛି ଲୋକ ଙ୍କୁ ପଟ୍ଟା ମିଳିଛି ହେଲେ ଜଙ୍ଗଲ ଭିତ ରେl ସେଠାକୁ ପାଣି କି ରାସ୍ତା ଭଳି କୌଣସି ମୌଳିକ ସୁବିଧା ନାହି l କେବଳ ସେତିକି ନୁହେଁ ସେଠାକୁ ଗଲେ କିଛି ବ୍ୟକ୍ତି ଧମକ ମଧ୍ୟ ଦେଉଥିବା ଅଭିଯୋଗ ହେଉଛି l
ଏଭଳି ସ୍ଥିତି ରେ କେଉଁଠି ଘର କରିବେ ବୋଲି ପ୍ରଶ୍ନ କରିଛନ୍ତି ଧାରଣା ରତ ମହିଳା ମାନେ l
ଏ ନେଇ ସେମାନେ ଜିଲା ପାଳ ଓ ଉପଜିଲ୍ଲାପାଳ ଙ୍କୁ ଜଣାଇଛନ୍ତି ହେଲେ ଫଳ ଶୂନ l
ଏପଟେ ସେମାନଙ୍କୁ ଆବାସ ଯୋଜନା ରେ ଘର ମିଳିଛି ଆଉ କାର୍ଯ୍ୟାଦେଶ ବି ମିଳିଛି l
ଏପରି ସ୍ଥଳେ ଜିଲାପାଳ ସେମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ଦାବୀ କରିଛନ୍ତି ଯୁବ କଂଗ୍ରେସ ସଭାପତି l ଅନ୍ୟଥା ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି l

Leave a comment

Your email address will not be published. Required fields are marked *