#Breaking News

ପୁଣି ଶୀତ ଲେଉଟିଲା, ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଶୀତର ଲହରୀ, ଆଜିଫୁଲ ବାଣୀରେ ୭ ଡିଗ୍ରୀ ଓ ଦାରିଙ୍ଗବାଡିରେ 7ଡିଗ୍ରୀ ସେଲସିୟସ


ଫୁଲବାଣୀ (ସୁନୀଲ ପଟ୍ଟନାୟକ) କିଛି ଦିନର ବ୍ୟବଧାନ ପରେ କନ୍ଧମାଳକୁ ପୁଣି ଶୀତ ଲେଉଟିଲା l
ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ରେ ପୂଣି ଶୀତଲହରୀ l
ପାରଦ ଦିନକୁ ଦିନ ଖସିବାରେ ଲାଗିଛି ।। ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୮ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି।
ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫଳ ରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକୋ ସେପଟେ ସଞ୍ଜ ନଇଁବା କ୍ଷଣି ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ଜନଶୁନ୍ୟ ହୋଇ ପଡୁଛି ତା ସାଙ୍ଗକୁ ଦୋକାନବଜାର ବି ଖାଁ ଖାଁ ଲାଗୁଛି। କି ବୁଢା କି ପିଲା ସଭିଏ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତିl
ଫୁଲବାଣୀରେ ଆଜି ରବିବାର ଫୁଲବାଣୀରେ ତାପମାତ୍ରା ୭ ଡିଗ୍ରି ଥିବାବେଳେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସ କୁ ଖସି ଆସିଛି ।ଦାରିଂବାଡ଼ି ରେ ଆଜି ସକାଳୁ ପୂଣି ତୁଷାରପାତ ଦେଖିବାକୁ ମିଳି ଥଲା l ସେହିପରି ଗତ କାଲି ଫୁଲବାଣୀ ରେ ୮ ଡିଗ୍ରୀ ସେଲସିୟସ ଥିବା ବେଳେ ଦାରିଂବାଡ଼ି ରେ ୯ ଡିଗ୍ରୀ ସେଲସିୟସ ଥିଲା l

ସେହିପରି ଜିଲ୍ଲା ର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ବାଲିଗୁଡ଼ା, ଜିଉଦୟଗିରି, ରାଇକିଆ, ଆଦି ଅଞ୍ଚଳରେ ମଧ୍ଯ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି।
ଆଗକୁ ପାଗ ଶୁଖିଲା ରହିବ ଆଉ ତାପମାତ୍ରା ବି ଖସିବା ସଂଭାବନା ଥିବା ପାଣିପାଗପର୍ଯ୍ୟବେକ୍ଷକଜିତେନ୍ଦ୍ର ସ୍ୱାଇଁ କହିଛନ୍ତି l

Leave a comment

Your email address will not be published. Required fields are marked *