#Exclusive

କେରଳରେ ଫସିଥିବା ୧୭୦ ଜଣ ଓଡ଼ିଆ ଝିଅଙ୍କୁ ବିମାନରେ ଫେରାଇ ଆଣିବାକୁ ବ୍ୟବସ୍ଥା କଲେ ସୋନୁ ସୁଦ୍

ଭୁବନେଶ୍ୱର: ଓଡ଼ିଶା ଫେରିବେ କେରଳରେ ଫସିଥିବା ୧୭୦ ଓଡିଆ ଝିଅ । ଆସନ୍ତାକାଲି ସ୍ୱତନ୍ତ୍ର ବିମାନ ଯୋଗେ ସେମାନେ ରାଜ୍ୟକୁ ଫେରିବେ । ଏହି ଯୁବତୀମାନେ କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ଏକ ପୋଷାକ କମ୍ପାନୀରେ କାମ କରୁଥିଲେ । ତେବେ କରୋନା ପାଇଁ ଲକଡାଉନ ଯୋଗୁ ସମସ୍ତେ ଚାକିରିରୁ ଇସ୍ତଫା ଦେଇ ରାଜ୍ୟକୁ ଫେରିବେ ବୋଲି ସୂଚନା ରହିଛି।ଓଡ଼ିଶାର ଝିଅମାନେ କେରଳରେ  ଫସି ରହିଥିବା ନେଇ ସାମ୍ବାଦିକା ଧାନ୍ୟା ରାଜେନ୍ଦ୍ରନଙ୍କ ଟୁଇଟ ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା । ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀଙ୍କୁ ଘରବାହୁଡ଼ାରେ ସହାୟତାର ହାତ ବଢ଼ାଉଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ନଜରକୁ ଏହି ଘଟଣା ଆସିବା ପରେ ସେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ। ସେମାନଙ୍କୁ ପ୍ରଥମେ ବସ କିମ୍ବା ଟ୍ରେନରେ ଆଣିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଓଡ଼ିଶା ଫେରେଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ସୋନୁ ସୁଦ । ଏଠାରେ ସୂଚନା ଥାଉ କି ସୋନୁ ଏବେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇବାର ବ୍ୟବସ୍ଥା କରୁଛନ୍ତି, ଯାହାକୁ ନେଇ ସେ  ପ୍ରଶଂସାର ପାତ୍ର ହୋଇଛନ୍ତି।

Leave a comment

Your email address will not be published. Required fields are marked *