#Breaking News

ଭୋଜି ହେଲା କାଳ କରଡ଼ା ଘାଟିରେ ଖସିଲା କାର,୩ ମୃତ, ଅନ୍ୟ ୭ ଜଣ ଆହତ



ଫୁଲବାଣୀ( ସୁନୀଲ ପଟନାୟକ)
କନ୍ଧମାଳ ଜ଼ିଲ୍ଲା ରାଇକିଆ ଥାନା ଅନ୍ତର୍ଗତ
କରଡା ଘାଟିରେ ମଙ୍ଗଳବାର ଏକ ଜାଇଲୋ କାର ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡିବା ଫଳରେ୨ ଜଣଙ୍କମୃତ୍ୟୁ ଘଟିଥିବାବେଳେଅନ୍ୟ ୭ ଜଣ ଗୁରୁତର ଆହାତ ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ କାର ନମ୍ବର ଓ ଆର୧୯କେ୫୬୫୧.


ରାଇକିଆ ଅଂଚଳ ର ୯ ଜଣ ଯୁବକ ପିକ ନିକ ପାଇଁ ସୋରଡ଼ା ଅଂଚଳ କୁ ଯିବା ବେଳେ ଘଟିଲା ଦୁର୍ଘଟଣା । ଖବର ପାଇ
ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି l ୨ ଜଣ ଗୁରୁତରଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା କୁ ସ୍ଥାନା ନ୍ତରିତ କରାଯାଇଛି । ଗାଡିଟି ପ୍ରାୟ ୫୦ ଫୁଟ ତଳକୁ ଖସିଯାଇଥିଲା। ପୋଲିସ ଘଟଣାର ତଦନ୍ତ କରୁଛି।

Leave a comment

Your email address will not be published. Required fields are marked *