#Breaking News

କଳା ସଂସ୍କୃତି ସଂଘର ଆଲୋଚନା ଚକ୍ର


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ଖଜୁରୀ ପଡା ବ୍ଲକ ଅନ୍ତର୍ଗତ ବାରପୁଲିଆ ଠାରେ ବ୍ଲକ କଳା ସଂସ୍କୃତି ସଂଘ ର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଉପସଭାପତି ସରୋଜ କୁମାର ସାହୁ ଙ୍କ ନେତୃତ୍ୱ ରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର ସମ୍ମାନିତ ଅତିଥିଭାବେ ପାରମ୍ପରିକ ଲୋକକଳା ସଂଘର ସଭାପତି ଅକ୍ଷୟ କର୍ଣ୍ଣ ଫୁଲବାଣୀ ବ୍ଲକ ଉପସଭାପତି ରମେଶ ଚନ୍ଦ୍ର ସାହୁ ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ଦଳବେହେରା ଚକାପାଦ ବ୍ଲକ ଉପ ସଭାପତି ଭାଗିରଥି ସାହୁ ଚକାପାଦ ଏକାଦଶୀ ମଠର ମହନ୍ତ ପୃଥିବୀରାଜ ମାଲିକ ବାବା ବରିଷ୍ଠ କଳାକାର ପ୍ରଭାତ କୁମାର ବେହେରା ଇନ୍ଦ୍ରଜିତ କହଁର ପ୍ରମୁଖ ମଂଚାସୀନ ଥିଲେ l ଆଲୋଚନା ଚକ୍ର ରେ ଲୋକକଳାକୁ ବଞ୍ଚାଇବାକୁ ହେଲେ କଳାକାର ସଂଗଠିତ ହେବାକୁ ପଡିବ ଓ ବିଲୁପ୍ତପ୍ରାୟ ଅନେକ କଳାକୁ ବଂଚିବାକୁ ହେଲେ ସଂଗଠନର ପ୍ରୟାସ ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା l କରୋନା କଟକଣାରେ ପେସାଦାର କଳାକାର ଙ୍କ ଜୀବନ ଜୀବିକା ଉଜୁଡି ଯାଇଥିବା ବେଳେ ସରକାର ଙ୍କ ବିଭିନ୍ନ ଜନହିତକର ଯୋଜନାର ପ୍ରଚାର ପ୍ରସାର ଓ ଜନ ସଚେତନତା କାର୍ଯ୍ୟକ୍ରମ ପାଇଁ ଲୋକକଳାକାର ଙ୍କୁ ସାମିଲ କରିବାକୁ ଜ଼ିଲ୍ଲା ପ୍ରଶାସନକୁ ଅନୁରୋଧ କରାଯିବ ବୋଲି ଆଲୋଚନା ଚକ୍ରରେ ମତପ୍ରକାଶ ପାଇଥିଲା l ପ୍ରତ୍ୟେକ ବ୍ଲକ ରେ ଭାଗବତ ଟୁଙ୍ଗୀର ପୁନଃ ଉଦ୍ଧାର ଓ ପ୍ରକୃତ କଳାକାର ଙ୍କୁ ପ୍ରଶାସନ ଯୋଗ୍ୟତା ପରଖି କଳାକାର ପେନସନ ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲା

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *