#Breaking News

ଆସ ବୁଲିଯିବା ଉନ୍ନକୋଟୀଶ୍ୱର ଶୈବ ତୀର୍ଥ ଉନ୍ନକୋଟି, ଅଗରତlଲା, ତ୍ରିପୁରା

ତ୍ରିପୁରା ରାଜ୍ୟରେ ଅଗରତାଲା ରୁ 160 କିମି ଦୂରରେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରି ପୁର ର ଅନ୍ୟତମ ଶ୍ରେଷ୍ଠ କୃତି ହିମାଳୟ ର ଜାମପୁଇ ପର୍ବତ ଉପତ୍ୟକା ର ମନୁ ନଦୀ କୂଳରେ ଏହି ବିଶ୍ୱ ପ୍ରସିଦ୍ଧ ଉନ୍ନକୋଟି ଶୈବ ତୀର୍ଥ ଅବସ୍ଥିତ l

ଏହାର ନିର୍ମାଣ ଖ୍ରୀଷ୍ଟିୟ 8ମ /9ମ ଶତାବ୍ଦୀ l ଏଠାରେ 30 ଫୁଟ ଉଚ୍ଚ କାଳଭୈରବ ଶିଵ ଙ୍କ ମସ୍ତକ ଓ 10 ଫୁଟ ସଂଲଗ୍ନ କିରୀଟି, ସିଂହ ବାହିନୀ ଦୁର୍ଗା, ଗଣେଶ, କାର୍ତ୍ତିକେୟ, ହନୁମାନ, ଗଙ୍ଗା, ନନ୍ଦୀ, ମହାକାଳ, ବୀରଭଦ୍ର ଙ୍କର ରୁଦ୍ର ସୁନ୍ଦର ବିଶାଳକାୟ ପଥର ମୂର୍ତ୍ତି ଖୋଦେଇ କରାଯାଇଛି l ପୌରାଣିକ ମତାନୁସାରେ ଶିଵ ଏଠାରେ କୈଳାଶ ଯିବା ରାସ୍ତାରେ ରାତ୍ରି ଯାପନ କରିଥିଲେ l ଏହାକୁ ତତ୍କାଳୀନ ମାଣିକ୍ୟ ରାଜା ଙ୍କ ନିର୍ଦ୍ଦେଶରେ ସ୍ଥପତି କାଳୁ କୁମ୍ଭାର ପର୍ବତ ପାର୍ଶ୍ୱରେ ମୂର୍ତ୍ତି ରୂପ ଦେଇଥିଲେ l

ଏହି ଉନ୍ନକୋଟି ଶୈବତୀର୍ଥ କୁ ୟୁନେସ୍କୋ ୱାଲଡ ହେରିଟେଜ ମାନ୍ୟତା ମିଳିଛି l

ଜୟ ଭଗବାନ ଶ୍ରୀ ଉନ୍ନକୋଟିଶ୍ୱର ମହାଦେବ l
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ l
ଓଁ ନମୋ ଭଗବତେ ବାସୁଦେବାୟ

Leave a comment

Your email address will not be published. Required fields are marked *