#Uncategorized

ଆଠଗଡ ଏନଏସିର ସ୍ଥାଣୁତା ନେଇ ଯୁବ କଂଗ୍ରେସର ଉପଜିଲାପାଳ ଙ୍କୁ ଦାବିପତ୍ର


ଆଠଗଡ(ଉଲାପ୍ର)ଆଠଗଡ ଏନଏସିର ସ୍ଥାଣୁତା ନେଇ ଯୁବ କଂଗ୍ରେସ ତରଫରୁ ଏକ ଟିମ ଆଠଗଡ ଉପଜିଲାପାଳ ଙ୍କୁ ବୁଧବାର ଦିନ ଏକ ଦାବିପତ୍ର ପ୍ରଦାନ କରିଛନ୍ତି, ଯୁବ କଂଗ୍ରେସ ସଭାପତି ବିକ୍ରମ ରାୟ ସାମନ୍ତ ଙ୍କ ନେତୃତ୍ୱରେ ଯୁବ କଂଗ୍ରେସର କର୍ମୀମାନେ ସହରାଞ୍ଚଳ ର ବିଭିନ ସମସ୍ୟା ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି, ଯଦି ଆଗାମୀ ପନ୍ଦର ଦିନ ମଧ୍ୟରେ ଆଠଗଡ ଉପଜିଲାପାଳ ଯିଏକି ଏନଏସିର ପ୍ରଶାସକ ଅଛନ୍ତି ସେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଠଗଡ ଏନଏସିକୁ ଯୁବ କଂଗ୍ରେସ ର କର୍ମୀମାନେ ଅଚଳ କରିବା ସହିତ ଏନଏସିକୁ ଘେରିବେ ଯୁବ କଂଗ୍ରେସ ର କର୍ମୀମାନେ,ଏବେ ଠାରୁ ଉପଜିଲାପାଳ ସଚେତନ ହୁଅନ୍ତୁ ନଚେତ ଯୁବ କଂଗ୍ରେସ କର୍ମୀମାନେ ଉପଜିଲାପାଳ ଙ୍କ ଅଫିସକୁ ଧସେଇ ପଶିବା ପାଇଁ ଯୋଜନା କରୁଥିବା ଜଣାପଡିଛି,ଆଠଗଡ ଏନଏସିର ବର୍ତମାନର ଠିକଣା ପାଲଟିଛି ସୂର୍ଯ୍ୟଭବନ, ତେଣୁ ସରକାରୀ ଅଧିକାରୀ ମାନେ ସଚେତନ ହୁଅନ୍ତୁ ନଚେତ ଆଗକୁ ବଡ଼ ସମସ୍ୟା ଦେଖାଯିବାର ସମ୍ଭାବନା କୁ ଏଡାଇ ଦିଆଯାଇ ନପାରେ।

Leave a comment

Your email address will not be published. Required fields are marked *