#Breaking News

ଦୁଇଦିନିଆ କନ୍ଧମାଳ ଜିଲା ଗ୍ରସ୍ତରେ ଅନୁସୂଚୀତ ଜନଜାତି ଆୟୋଗ କମିଶନ


ଫୁଲବାଣୀ(ସୁନୀଲ ପଟନାୟକ )
ଦୁଇ ଦିନିଆ କନ୍ଧମାଳଜ଼ିଲ୍ଲା ଗସ୍ତ ରେ ଙ୍କଅନୁସୂଚିତ ଜନ ଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକ ମଙ୍ଗଳବାର ସନ୍ଧ୍ୟାରେ ଫୁଲବାଣୀରେ ପହଂଚି ଛନ୍ତି। ମଙ୍ଗଳବାର ସ୍ଥାନୀୟ ସର୍କିଟ ହାଉସ ରେ ଅନୁସୂଚିତ ଜନଜାତି ନେତା ଓ ସାମାଜିକ କର୍ମୀ ମାନଙ୍କ ସହିତବିଭିନ୍ନ ସମସ୍ୟା ସମ୍ପର୍କରେ ସନ୍ଧ୍ୟାରେ ଆଲୋଚନା କରିଥିଲେ l ଜିଲାର ଆଦିବାସୀଙ୍କ ବିଭିନ ସମସ୍ୟା ନେଇ ଆଲୋଚନା କରିଥିଲେ। ଦ୍ୱିତୀୟ ଦିନରେ ବିଭିନଅଂଚଳ ପରିଦର୍ଶନ କରି ସ୍ଥିତି ପରଖିଥିଲେ ଆୟୋଗ ର ସଦସ୍ୟ ।ପ୍ରଥମେ ଗୁମାଗଡ଼ ମେଡିକାଲ ଯାଇ ସ୍ଥିତି ପରଖିବା ସହ ମେଡିକାଲର ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଏହା ସହିତ ପକନାଗାଁ ସରକାରୀ ଆଦୀବାସୀ ଆବାସିକ ବିଦ୍ୟାଳୟ ଯାଇ ବୁଲି ଦେଖିବାସହ ହଷ୍ଟେଲ ପରିସର ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଅସୁବିଧା ସମ୍ପର୍କରେ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ଫୁଲବାଣୀ ଇ-ଲାଇବ୍ରେରୀ ବୁଲିବା ସହିତ ସେଠାରେ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କ ସହିତ କଥା ହୋଇଥିଲେ। ସାଧ୍ୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଆଦିବାସିଙ୍କ ପାଇଁ ଆସୁଥିବା ବିଭିନ ଯୋଜନାର ସମୀକ୍ଷା କରିଥିଲେ ଆୟୋଗ ସଦସ୍ୟ ଅନନ୍ତ ନାୟକ।

Leave a comment

Your email address will not be published. Required fields are marked *