#Breaking News #Uncategorized

ନରସିଂହପୁର ବାଲିସାହି ରେ ଯୁବକଙ୍କ ଆତ୍ମହତ୍ୟା


ନରସିଂହପୁର-୧୩.୫.୨୧- (ଉ ଲା ପ୍ର)
ନରସିଂହପୁର ବାଲିସାହି ଗ୍ରାମପଞ୍ଚାୟତ ନୂଆଗାଁର ଜ୍ଞାନରଞ୍ଜନ ପାତ୍ର ୨୨ବର୍ଷ ବିଷ ପିଇ ଆତ୍ମହତ୍ୟା କରିଛନ୍ତି।ଘଟଣା ରୁ ପ୍ରକାଶଯେ ଏକ ପ୍ରେମ ଜନିତ ବ୍ୟାପାର କୁ ନେଇ ଯୁବକ ଜଣକ ବିଷ ପିଇ ଦେଇଛନ୍ତି।ତାଙ୍କ ପରିବାର ଲୋକ ତୁରନ୍ତ ନରସିଂହପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ମୃତ ଘୋଷଣା କରିଛନ୍ତି।ଏହି ମୃତ୍ୟୁ ସମ୍ପର୍କରେ ନରସିଂହପୁର ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି।

Leave a comment

Your email address will not be published. Required fields are marked *