#Breaking News

ଜ଼ିଲ୍ଲା କଂଗ୍ରେସ ର ମିଶ୍ରଣ ପର୍ବ ଅନ୍ୟ ଦଳ ର ୩ ୬ ଜଣକର୍ମୀ କଂଗ୍ରେସ ରେ ମିଶିଲେ


ଫୁଲବାଣୀ -(ସୁନୀଲ ପଟନାୟକ )ଶୁକ୍ରବାର ଜ଼ିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସେନାପତି ରେସିଡେନ୍ସି ଠାରେଜ଼ିଲ୍ଲା ସଭାପତି ଅନାମ ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୂଷ୍ଠି ତ ହୋଇଥିଲା lଏଥିରେ ଅନ୍ୟ ଦଳ ର ବହୁ କର୍ମୀ ଓ ନେତା କଂଗ୍ରେସ ରେ ସାମିଲ ହୋଇଥିଲେ l ଜ଼ିଲ୍ଲା ସଭାପତି ନାୟକ ଓ କନ୍ଧମାଳ ପ୍ରଭାରୀ ବିଷ୍ଣୁ ପ୍ରସାଦ ମହାପାତ୍ର ପ୍ରମୁଖ ଦଳୀୟ ଉତ୍ତ ରୀୟ ପକାଇ ଦଳରେ ସାମିଲ କରିଥିଲେl
ଏହି ମିଶ୍ରଣ ପର୍ବ ରେ ଦାରିଂବାଡ଼ି,ଓ ରାଇକିଆ, ଓ ଜି. ଉଦୟଗିରି ବ୍ଳକ ର ୩ ୬ ଜଣ ଅନ୍ୟ ଦଳ ର କର୍ମୀ ମାନେ
କଂଗ୍ରେସ ଦଳ ରେ ସାମିଲ ହୋଇଥିଲେ l ଏମାନେ ଦଳ ରେ ସାମିଲ ହେବା ଫଳରେ ଦଳ ଅଧିକ ମଜଭୁତ ଓ ଶକ୍ତିଶାଳୀ ହେବବୋଲି ଜ଼ିଲ୍ଲା ସଭାପତି ଅନାମ ନାୟକ ଓଜ଼ିଲ୍ଲା ପ୍ରଭାରୀ ମହାପାତ୍ର କହିଥିଲେ l
ଚଳିତ ଜ଼ିଲ୍ଲା ପରିଷଦ ନିର୍ବାଚନ ରେ କଂଗ୍ରେସ ଦଳ ପୂର୍ବାପେକ୍ଷା ଭଲ କରିବ ବୋଲି କହିଥିଲେ l
ନବୀନ ସରକାର ଏକ ଦୁର୍ନିତୀ ଓ ଭ୍ରଷ୍ଟାଚାର ସରକାର ବୋଲି କହିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ରାଧାକାନ୍ତ ଡିଗାଲ, ପୂର୍ବତନ ବିଧାୟକ ଶ୍ରୀମତୀ ଅଜୟନ୍ତୀ ପ୍ରଧାନ, ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ, ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର, ପିସି ସି ସମ୍ପାଦକ ତଥା କଂଗ୍ରେସ ନେତା ଚନ୍ଦ୍ର ଶେଖର ପରିଡା, ଜ଼ିଲ୍ଲା ମହିଳା କଂଗ୍ରେସ ସଭାପତି ରୁଦା ମଲିକ, କଂଗ୍ରେସ ନେତା ସନ୍ତୋଷ ପଟନାୟକ, କଂଗ୍ରେସ ନେତା ସନ୍ତୋଷ ପଟନାୟକ, ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l
ଦଳ ପକ୍ଷରୁ ପୂର୍ବତନ ବିଧାୟକ ଜାକବ ପ୍ରଧାନ ଓ ସୀତାରାମ ପଣ୍ଡା ଙ୍କୁ ପୁନର୍ବାର ଦଳରେ ସାମିଲ ହୋଇଥବାରୁ ସ୍ୱାଗତ କରାଯାଇଥିଲା l

Leave a comment

Your email address will not be published. Required fields are marked *