#Breaking News

କରେ। ନା ମାଡ,୬ଟି ବସର ମାଲିକ ବିକୁଛନ୍ତି ଫଳ ପନି ପରିବା


ଫୁଲବାଣୀ -(ସୁନୀଲ ପଟନାୟକ )
କ ରୋନା ମହାମାରି ପ୍ରଭାବ ରେ ସମସ୍ତେ ପ୍ରଭାବିତ । ଛୋଟ ଛୋଟ ଉଠା ଦୋକାନୀ ଠୁ ଆରମ୍ଭ କରି ବସ ମାଲିକ ଯାଏ କେହି ମଧ୍ୟ ଏଥିରୁ ବର୍ତ୍ତୀ ପାରିନାହ।ନ୍ତି। ସମସ୍ତଙ୍କ ଜୀବନ ଜିବିକା ପ୍ରଭାବିତ ହୋଇଛନ୍ତି । ପରିବାର ଚଳାଇବା ପାଇଁ ଫୁଲ ବାଣୀର୬ଟି ବସର ମାଲିକ କିଭଳି ରାସ୍ତାକଡରେ ବସି ଫଳ ପନି ପରିବା ବିକୁଛନ୍ତି ।
ପଞ୍ଚାନନ ସ।ହୁ। ଘର ଚକାପାଦ ବ୍ଳକର ଆରାବକା। ଦିନ ଥିଲା ପଞ୍ଚାନନ ଗୋଟିଏ ବସରୁ ୬ଟି ବସର ମାଲିକ ହୋଇ ଥିଲେ । ୧୨ ଟି ପରିବାରକୁ ମଧ୍ୟ ରୋଜଗାର ଦେଉଥିଲେ।
ହେଲେ କରେ ।ନା ମହାମାରୀ ସବୁକିଛି ଛାରଖାର କରିଦେଇଛି । ଗତ ମାର୍ଚ୍ଚ ମାସରୁ ବସ ବନ୍ଦ । ଦରମ।ଦେଇନପାରିବା ଫଳରେ ତାଙ୍କ ପାଖରେ ଥିବା କଣ୍ଡକ୍ଟର, ଡ୍ରାଇଭର ସବୁ ଛାଡ଼ି ଚାଲିଗଲେ। ପଞ୍ଚାନନ ଙ୍କୁ ନିଜର ପରିବାର ଚଳାଇବା ମୁସ୍କିଲ ହୋଇଗଲା । ଫଳରେ ସେ ଗତ ବର୍ଷେ ହେଲା ଫୁଲବାଣୀ ସହରରେ ରାସ୍ତା କଡରେ ବସି ପନି ପରିବା ଫଳ ବିକ୍ରି କରୁଛନ୍ତି । କେବଳ ପଞ୍ଚାନନ ଏକା ନୁହଁନ୍ତି ଏଭଳି ଅନେକ ବସ ମାଲିକ ଙ୍କ ଅବସ୍ଥା . ପଞ୍ଚାନନ ଙ୍କ ଭଳି ।

କରେ । ନା କଟକଣା ଯୋଗୁ ବସ ଚଳ ।ଚଳ ବନ୍ଦ କରି ଛନ୍ତି । ଫଳରେ ଜିଲ୍ଲାର ଶହଶହ ବସ ମାଲିକ ଏବେ ଆର୍ଥୀକ ଅନଟନ ଦେଇ ଗତି କରୁଥିବା କହିଛନ୍ତି। ସେମାନେ ତ୍ରାଇଭର କଣ୍ଡକ୍ଟର, କ୍ଲିନର୍ ଙ୍କୁ ଦରମା ଦେବା ମଧ୍ୟ କଷ୍ଟକର ହେଉଥିବା କହିଛନ୍ତି । ଏପଟେ ଗାଡି ରଣମଧ୍ୟ ଶୁଝିହେଉନି ।
ସରକାର ବସ ମାଲିକମାନଙ୍କୁ କିଛି ପ୍ୟାକେଜ ଘୋଷଣା କଲେ ସେମାନେ ଅନ୍ତତଃ କିଛି ଉପକୃତ ହୁଅନ୍ତେ ବୋଲି କହିଛନ୍ତି ବସ ସଂଘ ସାଧାରଣ ସଂପାଦକ ଅକ୍ଷୟ ପଟନାୟକ ।

ସେହିପରି ଜୁନ ୧୭ରେ ଅନ୍ତତଃ ବସ ଚଲାଇବାଲାଗି ସରକାର ଅନୁମତି ଦେବେ ବୋଲି ଭାବିଥିଲେ ବସ ମାଲିକ ଓ କର୍ମଚାରି ମାନେ । ହେଲେ ସରକାର ବସ ଚଳାଚଳ କୁ ଅନୁମତି ଦେଲେ ନି ଫଳରେ ସେମାନେ ହତୋତ୍ସାହିତ ହୋଇପଡିଛନ୍ତି ।
ଏଣୁ ସରକାର ବସ ମାଲିକଙ୍କ ପାଇଁ କିଛି ପାକେଜ ଘୋଷଣା କରିବା ଜରୁରି ।

Leave a comment

Your email address will not be published. Required fields are marked *