#Uncategorized

କୁନି ପୁଅ କରୁଛି ଗୁହାରି,ବାବୁ ମୋ ଆଖି ଦୁଇଟାକୁ ଭଲ କରିଦିଅ


ଫୁଲବାଣୀ- (ସୁନୀଲ ପଟନାୟକ)

ବାବୁ ମୋ ଆଖି ଦୁଇଟା କୁ ପ୍ଲିଜ ଭଲ କରି ଦିଅ.ମୁଁ ପାଠପଢିବି। ଅନ୍ୟ ପିଲାଙ୍କ ଭଳି ଖେଳିବି । ଏଭଳି କିଛି କହିକୁନି ପୁଅ କରୁଛି ଗୁହାରୀ ।
କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରଠାରୁ ମାତ୍ର ୧୫ କିମି ଦୁର ଗୁମା ଗଡ଼ ଗ୍ରାମର ଲଡୁ କିଶୋର ମହାନ୍ତିଙ୍କ ମଝିଆ ପୁଅ ୮ ମ ଶ୍ରେଣୀ ଛାତ୍ର ସିଦ୍ଧାନ୍ତ ପ୍ରସାଦ ମହାନ୍ତି ।
ଗୁମାଗଡ଼ରେ ପରିବାର ଧରି ରୁହନ୍ତି ଲଡୁ କିଶୋର, ।
ଲଡୁ କିଶୋରଙ୍କ ପରିବାର କହିଲେ ତାଙ୍କର ସ୍ତ୍ରୀ ଓ ତିନି ପୁଅ ।
ଲଡୁ କିଶୋର ଠେଲା ଗାଡ଼ିର ଟିଫିନ ବିକ୍ରିକରି ପରିବାର ଚଳାଉଛନ୍ତି । ୩ପୁଅ ମଧ୍ୟରୁ ମଝିଆ ପୁଅ ସିଦ୍ଧାନ୍ତ ପ୍ରସାଦ ମହାନ୍ତି। ଜନ୍ମ ପରଠୁ ଚକ୍ଷୁରୋଗରେ ଆକୁନ୍ତ ।


ଦେଢ଼ବର୍ଷ ବୟସରୁ ଦୁଇ ଆଖିରେ ସମସ୍ୟା ଦେଖାଗଲା। ବୟସ ବଢିବା ସହ ଧିରେ ଧିରେ ଆଖି ଡୋଳା ବି ବଢିବାରେ ଲାଗିଲା। ବର୍ତ୍ତମାନ ସେ ଦୁଇ ଆଖିର ପତ୍ତା ପକାଇ ପାରୁନି। ଆଖି ସମସ୍ୟା ଯୋଗୁ ଶରୀରରେ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦେଖା ଦେଲାଣି ବୋଲି ସିଦ୍ଧାନ୍ତର ମା କହିଛନ୍ତି । ବିଭିନ୍ନ ଶାରିରୀକ ସମସ୍ୟା ଯୋଗୁ ସିଦ୍ଧାନ୍ତ ଏବେ ଅନେକ କଷ୍ଟ ପାଉଛି ବୋଲି ସେ ଆହୁରି କହିଛନ୍ତି । ତା କଷ୍ଟ ମୁଁ ଦେଖି ପାରୁନି କି ସହିମଧ୍ୟ ପାରୁନି । ସିଦ୍ଧାନ୍ତ ଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ପରିବାର ଲୋକ ପ୍ରଥମେ ସିଦ୍ଧାନ୍ତକୁ ଫୁଲବାଣୀ ଓ ସେଠାରୁ ବ୍ରହ୍ମପୁର ବଡ ମେଡିକାଲ ଓ ପରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟା ଲ ରେ ମଧ୍ୟ ଦେଖାଇଥିଲେ ସିଦ୍ଧାନ୍ତକୁ ।
ରାଜ୍ୟ ବାହାରକୁ ନେଇ ଚିକିତ୍ସା କରିବା ଲାଗି ଡାକ୍ତର ପରାମର୍ଶ ଦେଇଛନ୍ତି । 6 ଠଲାଗାଡିରେ ଟିଫିନ ବିକ୍ରି କରୁଥିବା ଲଡୁକିଶୋର ଙ୍କ ପକ୍ଷେ ପୁଅକୁ ରାଜ୍ୟ ବାହାରକୁ ନେଇ ଚିକିତ୍ସା କରିବା ସମ୍ଭବ ନୁହେଁ।
ସେହିପରି ସିଦ୍ଧାନ୍ତ ଯାହାକୁ ଦେଖୁଛି ବାବୁ ମତେ ଭଲ କରିଦିଅ, ଭଲରେ ଦେଖିପାରୁନି ଆଉ କାନକୁ ଭଲ ରେ ଶୁଭୁନି ବି ।ଅନ୍ୟମାନଙ୍କ ପରି ପାଠ ପଢ଼ିପାରୁନି କି ଖେଳିବୁଲି ମଧ୍ୟ ପାରୁନି । ଆଖିରୁ ପାଣି ମଧ୍ୟ ବୋହୁଛି ବୋଲି ବାଷ୍ପରୁଦ୍ଧ କଣ୍ଠରେ କହୁଛି ସିଦ୍ଧାନ୍ତ ।
ହେଲେ ପାଖରେ ଆଉ ପଇସା ଟିଏ ର୍ବି ନାହିଁ। ଯାହାକିଛି ସାଇତି ରଖିଥିଲି ସବୁ ସରିଗଲା ସିଦ୍ଧାନ୍ତର ଚିକିତ୍ସାରେ । 6ଠଲାଗାଡିରୁ କେତେ ଇନ କମ ହେଉଛି ଯେ , ଯାହା ହେଉଛି ୫ପ୍ରାଣି କୁଟୁମ୍ବ ଖାଇବା ପିଇବାରେ ନିଅଣ୍ଟ ।
ଚିକିତ୍ସା କରିବି କେମିତି ବୋଲି ବାପା ଲଡୁ କିଶୋର କହିଛନ୍ତି । ଏନେଇ ଫୁଲ ବାଣୀସିଡିଏମଓ ଡାରାଜଶ୍ରୀ ପଟ୍ଟନାୟକ ଙ୍କୁ ପଚାରିବାରେ ସେ ସିଦ୍ଧାନ୍ତର ଚକ୍ଷୁ ଚିକିତ୍ସା ପାଇଁ ପ୍ରଥମେ ବ୍ରହ୍ମପୁର ପଠାଇଥିଲେ ଓ ପରେ ଆରବିଏସକେରେ ଭୁବନେଶ୍ଵରର ଏକ ଘରୋଇ ହସପିଟାଲ କୁ ପଠାଯI ଇଥିଲା। ସେମାନେ ପରୀକ୍ଷାନିରିକ୍ଷା କରିବାପରେ ରାଜ୍ୟ ବାହାରକୁ ନେବାପାଇଁ ପରାମର୍ଶ ଦେଇଥିବା କହିଥିଲେ । ଏଥିପାଇଁ ଆବଶ୍ୟକ ଅର୍ଥ ସହାୟତା ପାଇଁ ସରକାରଙ୍କ ନିକଟକୁ ଚିଠି ଲେଖିଥିବା ସିଡିଏମଓ ଡା.ରାଜଶ୍ରୀ ପଟନାୟକ କହିଛନ୍ତି ।
ହେଲେ ସିଦ୍ଧାନ୍ତଙ୍କ ଚକ୍ଷୁ ଚିକିତ୍ସା ପାଇଁ କୌଣସି ସହୃଦୟ ବ୍ୟକ୍ତିବିଶେଷ,ସଂଗଠନ ପ୍ରଶାସନ, ସହାୟତାର ହାତ ବଢ଼ାଇଲେ ସିଦ୍ଧାନ୍ତ ନିଶ୍ଚିତ ସୁସ୍ଥ ହୋଇ ପାର6ନ୍ତ ଓ ଅନ୍ୟମାନଙ୍କ ଭଳି ପାଠ ପଢିବା ସହ ଖେଳି ବୁଲିପାରନ୍ତେ ବୋଲି ଗ୍ରାମବାସୀ କହିଛନ୍ତି ।
ତେବେ ସିଦ୍ଧାନ୍ତଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇବା ପାଇଁ ଚାହୁଁଥିଲେ ତାଙ୍କର ଠିକଣା ହେଲା ସିଦ୍ଧାନ୍ତ ମହାନ୍ତି. ପିତା ଲଡୁ କିଶୋର ମହାନ୍ତି। ଗ୍ରାମ-ଗୁମା ଗଡ଼,ପୋଷ୍ଟ-ଗୁମାଗଡ଼, ଜିଲ୍ଲା- କନ୍ଧମାଳ ଓଡ଼ିଶା, ମୋବାଇଲ-୮୭୬୩୪୨୦୪୮୫,
ବ୍ୟାଙ୍କ ପାସବୁକ ନ.୧୪୮୫୩୨୧୧୦୦୩୯୧୫.ifsc-ucba0001485

Leave a comment

Your email address will not be published. Required fields are marked *