ବେଆଇନ ଭାବେ ପୂର୍ତ୍ତବିଭାଗ ପକ୍ଷରୁ ବିଶ୍ଵବିଦ୍ୟାଳୟ ଜମିରେ ନିର୍ମାଣ କରାଯାଇଥିବା ଏକ କୋଠାକୁ ବିଶ୍ଵବିଦ୍ୟାଳୟକୁ ହସ୍ତାନ୍ତର

admin | January 22, 2020 | 57 views |0 | Headlines

ଗୋପାଳପୁର : ବେଆଇନ ଭାବେ ପୂର୍ତ୍ତବିଭାଗ ପକ୍ଷରୁ ବିଶ୍ଵବିଦ୍ୟାଳୟ ଜମିରେ ନିର୍ମାଣ କରାଯାଇଥିବା ଏକ କୋଠାକୁ ବିଶ୍ଵବିଦ୍ୟାଳୟକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି କରାଯାଇଥିବା ଜଣାପଡ଼ିଛି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନାମରେ ରହିଥିବା ଜମିର ରାମଚନ୍ଦ୍ରପୁର ମୌଜା ଅନ୍ତର୍ଗତ ମୋନାର୍ଚ ଛକ ସନ୍ନିକଟ ସ୍ଥାନରେ ପ୍ଲଟ ନଂ ୬୪୬ ଓ ଖାତା ନଂ ୬୩୩/୨୩ରେ  ଗତ ୨୦୧୬ ମସିହାରେ ରାଜ୍ୟ ପ୍ଲାନରୁ ୩୨୨.୨୩ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏକ ଦୁଇ ମହଲା ବିଶିଷ୍ଟ  ରାସ୍ତା ଓ କୋଠା ବାଡି ବିଭାଗ ଅଧିନସ୍ଥ ମାନ ନିୟନ୍ତ୍ରଣ ବିଭାଜନର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲା। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଗତ ୩୦/୧୧/୨୦୧୬ ରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ଏହି କୋଠାଟି ଉଦଘାଟିତ ହୋଇଥିଲା। କିନ୍ତୁ ଏହାକୁ ନେଇ ଗତ ୨୦୧୬ ମସିହାରୁ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏହାର ବିରୋଧ କରାଯିବା ସହ ପୂର୍ତ୍ତବିଭାଗ ପକ୍ଷରୁ ବେଆଇନ ଭାବେ ଏହାର ନିର୍ମାଣ କରାଯାଇଥିବା ନେଇ ପୂର୍ତ୍ତବିଭାଗ ସହ ରାଜ୍ୟ ସରକାରଙ୍କୁ ଏ ନେଇ ଅବଗତ କରାଯାଇଥିଲା। ଶେଷରେ ଗତ ୧୦ ତାରିଖରେ ରାଜ୍ୟ ସରକାରଙ୍କ ଉପ ସଚିବ ପାରୁଲ ପାଟାଓ୍ବାନି(parul patawani)ଙ୍କ କାର୍ଯ୍ୟାଳୟ ଚିଠି ନଂ ୫୧୯ ପ୍ରକାରେ କୋଠା ବାଡି ବିଭାଗ ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଅବଗତ କରାଇବା ସହ  ବିଶ୍ଵବିଦ୍ୟାଳୟକୁ ହସ୍ତାନ୍ତର ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କ୍ରମରେ ଗତ ତିନି ଦିନ ତଳେ ପୂର୍ତ୍ତବିଭାଗ ପକ୍ଷରୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ଉକ୍ତ କୋଠାର ଚାବି ହସ୍ତାନ୍ତର କରିଦିଆଯାଇଥିବା ବିଶ୍ଵବିଦ୍ୟାଳୟ ପକ୍ଷରୁ ଜଣାପଡିଛି।

Share this

Related Posts

ଆଠଗଡ ମେଡିକାଲ ରେ ଶୁଭ ଦିଆଗଲା ଆମ…

Udaya_Labanya | July 28, 2023 | 53 views |0

ଆଠଗଡ ( ଉଲ୍ଲାପ୍ର )5 t ଅଧୀନରେ ଯାଉଥିବା ଆମ ହସ୍ପିଟାଲ ର ରୂପାନ୍ତରିତ କାର୍ଯ୍ୟକ୍ରମ କୁ ଆଜି ମଧ୍ୟାନ ରେ ଶୁଭ ପ୍ରଦାନ କରିଛନ୍ତି ରାଜ୍ୟ କୃଷିମନ୍ତ୍ରୀ ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,କଟକ ଜିଲ୍ଲାର ଏହି ସର୍ବବୃହତ…

ଡାକ୍ତର ବୈଦ୍ୟନାଥ ମିଶ୍ରଙ୍କ ପରଲୋକ: ସପ୍ତାହକୁ ଦୁଇଦିନ…

Udaya_Labanya | May 21, 2023 | 38 views | 0

କଟକ ( ଉଲ୍ଲାପ୍ର )ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଆସୁଥିବା ଜଣେ ଡାକ୍ତର ଆଜି ଆରପାରିକୁ ଚାଲିଯାଇଛନ୍ତି । ରାଜ୍ୟର ଜଣେ ଜଣାଶୁଣା ପ୍ରଫେସର ଡାକ୍ତର ବୈଦ୍ୟନାଥ…

Leave a Reply

Your email address will not be published. Required fields are marked *

Archives

Categories