#Breaking News

ଓଡ଼ିଶା ଅଣଗେଜେଟେଡ ବନ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ


ଫୁଲବାଣୀ- (ସୁନୀଲ ପଟନାୟକ)
ରବିବାର ଓଡ଼ିଶା ଅଣଗେଜେଟେଡ ବନ କର୍ମଚାରୀ ସଂଘ ବୈଠକ ସ୍ଥାନୀୟ ଗାନ୍ଧୀ ସ୍ତୃତି ଭବନଠାରେ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ପତିତପାବନ ପରିଡା ଯୋଗଦେଇଥିବାବେଳେ ଏ.ସି ଏଫ ବିକ୍ରମଦେବ ପଟ୍ଟନାୟକ, ଯୋଗ ଦେଇ ସମସ୍ତେ ଏକ ଯୁଟ ରହିଲେ. ସଂଘମଜବୁତ ହେବ ଆଉ କର୍ମଚାରୀମାନଙ୍କ ନାର୍ଯ୍ୟଦାବୀ ପୁରଣ ଦିଗରେ ସହଜ ଓ ସୁବିଧା ହେବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ରାଜ୍ୟ ସଂଘ ସଭାପତି ଜଗବନ୍ଧୁପାତ୍ର, ଯୋଗ ଦେଇ ସରକାର ବନକର୍ମ ଚାରୀ ମାନଙ୍କ ଦାବୀ ପୁରଣ ଦିଗରେ ସହୃଦୟତାର ସହ ବିଚାର କରିବାକୁ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ରାଜ୍ୟ ସଂଘ ଭବାନୀଶଙ୍କର ପରିଛ।। ଫୁଲବାଣୀ ଶାଖା ସଭାପତି ଆଶିଷ କୁମାର ଡିଗାଲ , ଫୁଲବାଣୀ ଜୋନ ସଂପାଦକ ପ୍ରେମାନନ୍ଦ ପାତ୍ର, ଉପଦେଷ୍ଟାସରୋଜ ମିଶ୍ର, ଅବସରପ୍ରାପ୍ତ 6ରଂଜଅଫିସର ଶତୃଘ୍ନ ମହାନ୍ତି,ସମେତ ଅନ୍ୟମାନେ ଯୋଗ ଦେଇ ସଂଘରେ ଯେପରି ଭାଇଚାରା ସୃଷ୍ଟି କରିବା ଓ ସଂଘିୟ ମନୋବୃତ୍ତି ନେଇ କାର୍ଯ୍ୟ କରିବାଲାଗି ଆହ୍ୱାନ ଦେଇଥିଲେ।
ଏହି ସଭାରେ ଫୁଲବାଣୀ,ବାଲିଗୁଡା ବନଖଣ୍ଡ ଓ ଫୁଲବାଣୀ କେନ୍ଦୁପତ୍ର ଡିଭିଜନ ର ସମସ୍ତକର୍ମଚାରୀ ଯୋଗଦେଇଥିଲେ ।

Leave a comment

Your email address will not be published. Required fields are marked *