#Breaking News #Uncategorized

ଲକ ଡାଉନ କଡ଼ାକଡ଼ି ପାଳନ କରିବା ପାଇଁ ଆକ୍ସନ ମୁଡରେ କନ୍ଧମାଳ ପୋଲିସ


ଫୁଲବାଣୀ-( ସୁନୀଲ ପଟନାୟକ) କରେ। ନା ର ଦ୍ଵିତୀୟ ଲହରରେ ସଂକ୍ରମିତ ଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିବା ଫଳରେ ଏଥିରେ ରୋକ ଲଗାଇବା ପାଇଁ ସରକାର ମେ ୫ ତାରିଖରୁ ୧୯ ଯାଏ ୧୪ ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି।ଏହାକୁ କଡ଼ାକଡ଼ି ପାଳନ କରିବାପାଇଁ କନ୍ଧମାଳ ପୋଲିସ ଓ ପ୍ରଶାସନ ଏବେ ଆକ୍ସନ ମୂଡ଼ରେ । ବିଶେଷକରି ଫୁଲ ବାଣୀ ବାଲିଗୁଡ଼ା ଓ ଜିଉଦୟଗିରିସହରରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଫଳରେ ପୋଲିସ ଓ ପ୍ରଶାସନ ସହର ଗୁଡିକ ଉପରେ ଫୋକସ କରିଛି । ସହରରେ ସକଳ ବାଇକ ଓଗାଡି ଚଳାଚଳ ଉପରେ ରୋକ ଲଗାଇଛି ପୋଲିସ। ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରେ ପୋଲିସ ବାଉଁଶ ବାନ୍ଧି ରାସ୍ତା ବନ୍ଦ କରିଛି । ସେହିପରି ମାଦିକୁନ୍ଦା ଛକ ,ମେଡିକାଲ ଛକ, କୋର୍ଟ ଛକ । ବିଜୁ ପଟ୍ଟନାୟକ ଛକ୍, ଗାନ୍ଧୀ ଛକ, ଗୋପବନ୍ଧୁ ଛକ ଆଦି ସମସ୍ତ ଛକରେ ପୋଲିସ ମୃତୟନ କରା ଯାଇଛି। ଅଯଥାରେ ବାଇକ ଓ ଗାଡି ଧରି ବଜାର ବୁଲି ଆସୁଥିବା ଲୋକଙ୍କୁ ଅଟକାଇ ପଚରାଉଚରା କରିବା ସହ ଆବଶ୍ୟକ ସ୍ଥଳେ ଚାଲାଣ କାଟୁଛି ।
କରେ । ନା ସଂକ୍ରମଣକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ଛକ ସ୍ଥାନରେ ପନି ପରିବା ଫଳ ଆଦି ସମସ୍ତ ଦୋକାନକୁ ଉଠାଇ ୩ ମିଟର ଦୂରତାରେ ବସିବା ଲ। ଗି ବ୍ୟବସ୍ଥା କରିଛି ପୌର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ, ଲୋକମାନେ ଚାଲି ଚାଲିଆସି ସୁବିଧାରେ ହାତ ପାଆନ୍ତାରେ ସାମାଜିକ ଦୂରତା ରଖି ଯେପରି ସବୁ ଜିନିଷ କିଣିବା ଲାଗି ଉପ ଜିଲ୍ଲାପାଳ ଦେବେନ୍ଦ୍ରନନ୍ଦ ଓ ପୌରଅଧିକାରୀ ବଳଦେବ ବେହେରା ପରାମର୍ଶ ଦେଇଛନ୍ତି । ସେମାନେ ବୁଲିବୁଲି ଲୋକମାନଙ୍କୁ ବୁଝାଇବା ସହ ତଦାରଖ ମଧ୍ୟ କରୁଛନ୍ତି ।
ସେହିପରି କାମ ନଥିଲେ ଘରୁ ପଦାକୁ ନବାହାରିବା ଲାଗି ପୋଲିସ ଓ ପ୍ରଶାସନ ପରାମର୍ଶ ଦେଇଛି । ଆବଶ୍ୟକସ୍ଥଳେ ଘରୁ ପଦାକୁ ବାହାରିଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୁରତା ରକ୍ଷା କରିବା ଲାଗି କନ୍ଧମାଳ ଏସପି ବି ନିତ ଅଗ୍ରୱାଲ ପରାମର୍ଶ ଦେଇଛନ୍ତି।
ବାଇଟ -ବିନିତ ଅଗ୍ରୱାଲ ଏସପି ,କନ୍ଧମାଳ

Leave a comment

Your email address will not be published. Required fields are marked *