#Breaking News

ପତ୍ନୀ ନିଖୋଜ ନେଇ ଥାନାରେ ଅଭିଯୋଗ


ଫୁଲବାଣୀ-୪/୧୦(ସୁନୀଲ ପଟ୍ଟନାୟକ)
ମାସେ କି ଦୁଇ ମାସ ନୁହେଁ ଗଲା ବର୍ଷେରୁ ଅଧିକ ହେଲା ନିଖୋଜ ପତ୍ନୀକୁ ପାଗଳ ପ୍ରାୟ ହୋଇ ଖୋଜୁଛନ୍ତି ସ୍ଵାମୀ ଓ ପିଲାମାନେ। ଫୁଲବାଣୀସହରର ଗଳିକନ୍ଦିଠୁ ଆରମ୍ଭ କରି ସଂପର୍କୀୟ ମାନଙ୍କ ଘର ସବୁ ସାରିଦେଲେଣି। ହେଲେ ପତ୍ନୀଙ୍କ କୌଣସି ପତ୍ତା ମିଳୁନି। ଫଳରେ ଦୁଃଖରେ ଭାଙ୍ଗିପଡିଛନ୍ତି ମାଷ୍ଟ୍ରପଡ଼ା ହରିଜନ ସାହିରେ ରହୁଥିବା ସ୍ଵାମୀ ଚିତ୍ତରଂଜନ ସାହୁ । ଦୁଇଟି ଝିଅ ଓ ଗୋଟିଏ ପୁଅକୁ ନେଇ
ହସଖୁସିରେ ପରିବାର ଚାଲିଥିଲା। ସ୍ଵାମୀ ଚିତ୍ତରଂଜନ ଫୁଲବାଣୀ ଷ୍ଟେଟବ୍ୟାଙ୍କ ନିକଟରେ ଚାହା ଦୋକାନ କରି ପରିବାର ଚଳାଉଥିଲେ। ତେବେ ଗତ ୨/୦୧/୨୦ରେ ପତ୍ନୀ ରତ୍ନମଞରୀ ସାହୁ ଘରେ କାହାକୁ କିଛି ନ କହି କେଉଁ ଆଡ଼େ ଚାଲିଯାଇଛନ୍ତି । ଖୋଜାଖୋଜି କରିବାପରେ ନ ମିଳିବାରୁ ଗତ ୧୭/୦୩/୨୦ରେ ନେଇ ପୋଲିସକୁ ଜଣାଇଥିଲେ ସ୍ୱାମୀ ଚିତ୍ତରଂଜନ । ତେବେ ଏନେଇ ପୋଲିସ କୌଣସିପଦକ୍ଷେପ ନେଉ ନ ଥିବା ଚିତ୍ତ କହିଛନ୍ତି । ପଚାରିଲେ ତଦନ୍ତ ଚାଲିଥିବା କେବଳ କହୁଛନ୍ତି । ଏପଟେ ସ୍ତ୍ରୀକୁ ନ ପାଇ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି ସ୍ଵାମୀ । ସେହିପରି ମା କୁ ନ ପାଇ ପିଲାମାନେ ମଧ୍ୟ ମନଦୁଃଖରେ ରହିଛନ୍ତି । ମା କେବେ ଆସିବ ବୋଲି ଆସିବା ବାଟକୁ ଅନାଇ ବସିଛନ୍ତି ।
ପଡୋଶୀରେ ଥିବା ଜଣେ କେହି ଘରକୁ ସଦା ସର୍ବଦା ଯିବା ଆସିବା କରୁଥିଲେ ସେ ତାଙ୍କ ପତ୍ନୀ ରତ୍ନମଜଂ ରୀକୁ କୁ ଆଡେ ନେଇ ପଳାଇଥାଇପାରନ୍ତି ବୋଲି ସ୍ୱାମୀ ଓ ପରୀ ବାର ଲୋକେ ସନ୍ଦେହ କରୁଛନ୍ତି । ତେବେ ତାଙ୍କ ପତ୍ନୀ ଜିବୀତ ନାମୃତ ସେ ନେଇ କୌଣସି ଖବର ନ ଥିବାବେଳେ ରତ୍ନମଜଂରୀକୁ ଖୋଜି ଆଣିବା ଲାଗି ସ୍ୱାମୀ ଚିତ୍ତରଂଜନ ପୋଲିସ ଏସପିଙ୍କୁ ନିବେଦନ କରିଛନ୍ତି ।

Leave a comment

Your email address will not be published. Required fields are marked *