#Uncategorized

ଦିନିଆରୀରେ କଳାପାଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

୬ଷ୍ଠ ବାର୍ଷିକ ମା’ କଳପାଟ୍ଟ କ୍ରିକେଟ ଟୂଣ୍ଣାମେଣ୍ଟ,ଦିନିଆରୀ ଉଦଯାପିତ ହୋଇଯାଇଛି।ସବୁ ବର୍ଷ ଭଳି ଏବ ବର୍ଷ ୮ଟି ସ୍ଥାନୀୟ ଟିମ୍ କୁ ନେଇ ଟୂଣ୍ଣାମେଣ୍ଟ ଆରମ୍ଭ ହୋଇଥିଲା। ଫାଇନାଲ ରେ ଆଜି ଭୋଗଡା କ୍ରିକେଟ ଟିମ୍ ଓ ବଘେଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଭୋଗଡା ଟିମ୍ ୨୦ ଓଭୋର ୧୭୩ ରନ କରିଥିବା ବେଳେ ଵଘେଇ ଦଳ ବିଜୟ ଲକ୍ଷ୍ୟ କୁ ପିଛା କରି ୧୨୮ରେ ସିମିତ ରହିଥିଲା।୪୫ ରନରେ ଭୋଗଡା ଟିମ୍ ଚମ୍ପିୟାନ ହୋଇଥିଲା । ପୁରସ୍କାର ବିତରଣ ଉତ୍ସବ ରେ ସରପଞ୍ଚ ସନ୍ତୋଷ କୁମାର ମାଣିକ,ସମାଜ ସେବି ବାସୁଦେବ ବେହେରା, ଉଦ୍ୟକ୍ତା ଦାଶରଥି ପଣ୍ଡା,ମେଧାସୃଷ୍ଟି ଟ୍ୟୁଟୋରିୟାଲ ର ମୁଖ୍ୟ ସତ୍ୟନାରାୟଣ ସାହୁ ଓ ସୁଶାନ୍ତ କୁମାର ପଣ୍ଡା,ଆସାମ ରାଇଫଲ୍ସ ର କର୍ମଚାରୀ ଶେଷଦେବ ବେହେରା କ୍ଳବ୍ ର ବରିଷ୍ଠ ସଭ୍ୟ ଜୟଦେବ ବେହେରା, ଶକ୍ତି ପ୍ରସାଦ ତ୍ରିପାଠୀ,ଶୁସାନ୍ କୁମାର ପଣ୍ଡା,ଆସିଷ କୁମାର ପଣ୍ଡା, ପ୍ରସାନ୍ତ କୁମାର ସାହୁ, ଦୁର୍ଗା ପ୍ରସାଦ ମହାଭୋଇ ବିଷ୍ଣୁ ପ୍ରସାଦ ପଣ୍ଡା, ସୁଧିର କୁମାର ଦାସ,ପ୍ରଭାକର ପଣ୍ଡା,ସୈ।ମ୍ୟ ରଞ୍ଜନ ପଣ୍ଡା ଆଦି ଉତ୍ସବ ରେ କ୍ଳବର ସମସ୍ତ ସଭ୍ୟ ଉପସ୍ଥିତ ରହୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Leave a comment

Your email address will not be published. Required fields are marked *