#Breaking News

କନ୍ଧମାଳ ରେ ପୂଣି ଲାଲ ବାହିନୀ ର ତାଣ୍ଡବ ଲୀଳା, ଠିକା କମ୍ପାନୀ ର ଜେ ସି ବି, ଟ୍ରାକଟର ପୋଡିଦେଲେ


ଫୁଲବାଣୀ (ସୁନୀଲ ପଟନାୟକ )
ପୁଣି କିଛି ଦିନ ବ୍ୟବଧାନ ପରେକନ୍ଧମାଳ ରେ ନିଜର ଉପସ୍ଥିତି ଜାହିର କଲେ ମାଓ ବାଦୀମାନେ l

ସୋମବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କିଆମୁଣ୍ଡା ଗ୍ରାମ ରେ ରାସ୍ତା କାମ ରେ ଲାଗିଥିବା ଜେସିବି ଓ ଟ୍ରାକ୍ଟର କୁ ପୋ ଡିଦେଇ ଛନ୍ତି ମାଓବାଦୀମାନେ । ମାଶ୍ରୀପଡା ଠାରୁ କରାଣ୍ଡିବାଲି ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମରେ ରେ ଲାଗିଥିଲା ଏହି ଜେସିବି । ତ୍ରିଶକ୍ତି ଠିକାଦାର ସଂସ୍ଥା ଏହି କାର୍ଯ୍ୟ କରୁଥିବା ଜଣାପଡିଛି।
ମାଓବାଦୀ ମାନେ ସେଠାରେ ପୋଷ୍ଟର ଓ ବେନର ମଧ୍ୟ ଲଗାଇଛନ୍ତି l
ଆଗକୁ ପଂଚାୟତ ନିର୍ବାଚନ l ମାଓ ବାଦୀ ଙ୍କ ଏଭଳି କାଣ୍ଡ ଜୋଂଗୁଁ ଲୋକେ ଭୟ ଭୀତ ହୋଇପଡିଛନ୍ତି l
ପୋଲିସ ଘଟଣା ସ୍ଥଳ ରେ ପହଂଚି ନାହିଁ ଏଯାଏଁ ।

Leave a comment

Your email address will not be published. Required fields are marked *