#Breaking News #District

ଯୁବବିଜେଡି ନେତା ଯୋଜନା ବୋର୍ଡ ସଦସ୍ୟ ଭାବେ ନିର୍ଦ୍ୱନ୍ଦ ରେ ନିର୍ବାଚିତ

ଫୁଲବାଣୀ(ସୁନୀଲପଟନାୟକ)
ଯୁବ ବିଜେଡି ନେତା ତଥା କାଉନସିଲର ରାଜେନ୍ଦ୍ର କ୍ରମାର ପାଢୀ ଜିଲ୍ଲା ଯୋଜନା ବୋର୍ଡ ସହରାଞ୍ଚଳ ସଦସ୍ୟ ଭାବରେ ଅପ୍ରତିଦ୍ବନ୍ଦି ଭାବରେ ନିର୍ବାଚିତ ହୋଇଛନ୍ତି । ଫଳରେ ରାଜେନ୍ଦ୍ର ପାଢୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ,କନ୍ଧମାଳ ସାଂସଦ ଡ. ଅଚ୍ୟୁତାନନ୍ଦ ସାମନ୍ତ, କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ,ଫୁଲବାଣୀ ବିଧାୟକ ଅଙ୍ଗଦ କହର,ବାଲିଗୁଡ଼ା ବିଧାୟକ ତଥା କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ଚକ୍ରମଣୀ କହଁର, ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡ଼ା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ଏବଂ ଫୁଲବାଣୀ, ବାଲିଗୁଡ଼ା, ଘୁ. ଉଦୟଗିରି ର ସମସ୍ତ କାଉନସିଲର ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେହିପରି ରାଜେନ୍ଦ୍ର ନିର୍ବାଚିତ ହେବା ପରେ ବିଭିନ୍ନ ଆଡୁ ଶୁଭେଛା ରସୁଅ ଛୁଟୁଛି ।

Leave a comment

Your email address will not be published. Required fields are marked *