#Breaking News

ଆଜି ପ୍ରଥମ ପର୍ଯ୍ୟlୟ ଭୋଟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି


ଫୁଲବାଣୀ/(ସୁନୀଲପଟନାୟକ)
ଆଜି କନ୍ଧମାଳ ଜ଼ିଲ୍ଲା ରେ ପ୍ରଥମ ପର୍ଯାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି l ବାଲିଗୁଡା ଓ କ. ନୂଆଗାଁ ବ୍ଳକ ରେ ଭୋଟ ଗ୍ରହଣ ହେଉଛି lଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଜି ବୁଧବାର ସକାଳ୭ ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି l ତେବେ ୮ଟା ଯାଏ ଅନେକ ବୁଥ ମାନ୍ଦା ରହିଥିବା ବେଳେ ଆଠଟା ପରେ ଧୀରେଧୀରେ ଭୋଟର ଙ୍କ ଭିଡ ଦେଖିବାକୁ ମିଳିଥିଲା l
ବାଲିଗୁଡ଼ା ଓ କ.ନୂଆଗାଁ ବ୍ଳକର ୩ଟି ଜିଲା ପରିଷଦ ଜୋନ ଓ ୨୮ଟି ସରପଞ୍ଚ ଓ ୨୮ ଟି ସମିତି ସଭ୍ୟ ପଦବୀ ପାଇଁ ଆଜି ଭୋଟ ହେଉଛି ।

ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।ଶାନ୍ତି ଶୃଙ୍ଖଳା ର ସହ ଭୋଟ ଗ୍ରହଣ ହେଉଛି l
ଏହି ଦୁଇ ବ୍ଲକ୍ ପାଇଁ ୨୧୬୦ଜଣ କର୍ମଚାରୀ ନିଯୁକ୍ତ ଅଛନ୍ତି । ପ୍ରଥମ ପ୍ରର୍ଯ୍ୟାୟରେ ନିର୍ବାଚନ ହେବାକୁଥିବା ଏହି ଦୁଇ ବ୍ଲକରେ ମୋଟ ୩୬୦ବୁଥ ରହିଛି । ସେଥିମଧ୍ୟରୁ ୧୭ହାଇପରସେ ନସିଟିଭ ବୁଥ ରହିଛି l
ଏହି ଦୁଇ ବ୍ଲକରେ ଯେପରି ମୁକ୍ତ, ଅବାଧ ଓ ନିରପେକ୍ଷ ଭୋଟଗ୍ରହଣ ହେଵସେଥି ପ୍ରତି
ବାଲିଗୁଡ଼ା ବିଡିଓ ଜଗଦୀଶଷଡ଼ଙ୍ଗୀ ଓ କ.ନୂଆଗାଁ ବିଡିଓ ଶରତ ଚନ୍ଦ୍ର ପାତ୍ର ଉପସ୍ଥିତ ରହି ସତର୍କ ନଜର ରଖିଛନ୍ତି ।


ସେହିପରି ଏହି ୨ ବ୍ଳକରେ ମହିଳାମାନଙ୍କ ପାଇଁ ଦୁଇଟି ଲେଖାଏ ୪ଟି ପିଙ୍କ ବୁଥ ମଧ୍ୟ କରାଯାଇଛି । ଏଥିରେ ସମସ୍ତ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ।ତେବେ ପୂଣିଜ଼ିଲ୍ଲାରେ କାଲି ର ମାଓ ହମଲାକେତେକାଂଶରେ ସରକାରୀ ଅଧିକାରୀ ଓ ଭୋଟର ଙ୍କୁ ଭୟଭିତ କରିଛି ନିଶ୍ଚୟ l

Leave a comment

Your email address will not be published. Required fields are marked *