#Breaking News #Uncategorized

ଇଞ୍ଜେକ୍ସନ ନ ମିଳିବାରୁ ସାପ କାମୁଡାରେ ୮ ବର୍ଷର ଶିଶୁର ମୃତ୍ୟୁ :ତଦନ୍ତ ଦାବୀ


ବାଲିଗୁଡା,୧୨/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଅଧିନସ୍ଥ ରଣଗାଁରେ ଏକ ଦୁଃଖଦ ଘଟଣା ଘଟିଛି I ବିଳମ୍ବିତ ରାତ୍ରିରେ ସାପ କାମୁଡ଼ାରେ ୮ ବର୍ଷର ଶିଶୁର ମୃତ୍ୟୁ ଘଟି ଥିବା ସୂଚନା ମିଳିଛି I ମୃତ ନାବାଳକ ଜଣକ ହେଲେ ସୁମନ ଗଣ୍ଡାଙ୍କ ପୁଅ ଆଜାଦ ଗଣ୍ଡା I ମୃତ୍ୟୁ ଶିଶୁର ମାଁଙ୍କ କହିବା ଅନୁଯାୟୀ ରାତି ଶୋଇଥିବା ବେଳେ ବିଳମ୍ବିତ ରାତ୍ରୀ ସମୟ ୧୨ ଟାରୁ ଗୋଟାଏ ମଧ୍ୟରେ ଶିଶୁକୁ ବିଷାକ୍ତ ସାପ କାମୁଡ଼ି ଥିଲା I ଶିଶୁଟି ଛଟପଟ ହୋଇ କାନ୍ଦିବାରୁ ସମସ୍ତେ ଉଠି ଦେଖିଥିଲେ I ସାପଟି ସେଠାରୁ ପଳାଇ ଯାଇ ଥିଲା I ପରିବର ଲୋକ ଶିଶୁକୁ ସାଙ୍ଗେ ସାଙ୍ଗେ ବ୍ରାହ୍ମଣ ପାଦ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇ ଥିଲେ I ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ସେଠାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ I ଫୁଲବାଣୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁକୁ ପରିବାର ଲୋକେ ଭର୍ତ୍ତୀ କରିଥିଲେ l ଡାକ୍ତର ଶିଶୁକୁ ଦେଖିବା ପରେ ସାପ କାମୁଡ଼ା ଇଞ୍ଜେକ୍ସନ କିଣି ଆଣିବାକୁ ପରିବାର ଲୋକଙ୍କୁ କହିଲେ I କିନ୍ତୁ ଦୁଃଖର କଥା କୌଣସି ଜାଗାରୁ ଏହି ଇଞ୍ଜେକ୍ସନ ମିଳିନ ଥିଲା କି ଡାକ୍ତର ଖାନାରେ ମଧ୍ୟ ଉପଲବ୍ଧ ନ ଥିଲା I ଶେଷରେ ଇଞ୍ଜେକ୍ସନ ନ ମିଳିବାରୁ ଯୋଗୁଁ ଶିଶୁର ଜୀବନ ଚାଲି ଯାଇ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି l ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *