#Headlines

ବାରିପଦାରେ ସେକ୍ସ ର‍୍ୟାକେଟ ଠାବ; ୩୦ ଯୁବକ-ଯୁବତୀ ଅଟକ

ବାରିପଦା: ବାରିପଦା ସହରରେ ଟାଉନ ଥାନା ପୁଲିସ ଶନିବାର ସେକ୍ସ ର‍୍ୟାକେଟ ଠାବ କରିଛି। ପୁଲିସ ବାରିପଦାର କେତେଟି ଲଜ ଉପରେ ଅତର୍କିତ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ପୁଲିସ ଅସଂଯତ ଅବସ୍ଥାରେ ୩୦ଜଣ ଯୁବକ-ଯୁବତୀଙ୍କୁ ପାଇ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ଟାଉନ୍‌ ଥାନା ପୁଲିସ ବାରିପଦାସ୍ଥିତ କ୍ରିଷ୍ଣା ଓ ଗଣେଶ ଲଜରେ ଦେହ ବ୍ୟବସାୟ ଚାଲୁଥିବା ବିଶେଷ ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ଯୋଜନା ମୁତାବକ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଗଠନ ଏହି ଦୁଇଟି ଲଜ ଉପରେ ଅତର୍କିତ ଚଢ଼ାଉ କରିଥିଲା।

ଚଢ଼ାଉ ସମୟରେ ପୁଲିସ ୧୫-୧୫ ଜଣ ଯୁବକ-ଯୁବତୀଙ୍କୁ କ୍ରିଷ୍ଣା ଓ ଗଣେଶ ଲଜରୁ ଉଦ୍ଧାର କରିଥିଲା। ଘଟଣାସ୍ଥଳରୁ ଫୋନ୍‌, କଣ୍ଡମ , ନଗଦ ଟଙ୍କା ଓ ବହୁ ଆପତ୍ତିଜନକ ସାମଗ୍ରୀକୁ ପୁଲିସ ଜବତ କରିଛି। ଏ ନେଇ ଟାଉନ୍‌ ଥାନା ପୁଲିସ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତଙ୍କୁ ଅଟକ କରି ପଚାରାଉଚରା ଜାରି ରଖିଛି।

Leave a comment

Your email address will not be published. Required fields are marked *