#Breaking News

ନିର୍ବାଚନ ପ୍ରଚାର କରି ଫୁଲବାଣୀ ବିଧାୟକ ଅସୁସ୍ଥ


ଫୁଲବାଣୀ (ସୁନୀଲ ପଟନାୟକ )
ପଂଚାୟତ ନିର୍ବାଚନ ରେ ଭୋକ ଶୋଷ ଭୁଲି ଦିନରାତି ପ୍ରଚାର ଚଳାଇଥିବା ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ହଟାତ ଅସୁସ୍ଥ ହୋଇପଡିଥିଲେ l
ଫଳରେ ଆଜି ସକାଳେ ସେ ଗୋଚ୍ଛା ପଡା ଡାକ୍ତରଖାନା ରେ ଭର୍ତ୍ତି ହୋଇଥିଲେ lଦଳିୟ ପ୍ରାର୍ଥୀ ଙ୍କୁ ଜିତା ଇବା ଲାଗି ସେ ଗତକିଛି ଦିନ ହେଲା ଗାଁ କୁ ଗାଁ ବୁଲି ଜୋରଦାର ପ୍ରଚାର କରି ଆସୁଥିଲେ l କେଉଁଠି କର୍ମୀ ସମ୍ମିଳନୀ ତ ଆଉ କେଉଁଠି ପ୍ରାଥୀ ଙ୍କୁ ଧରି ଘରକୁ ଘର ପ୍ରଚାର କରୁଥିଲେ l
ତାଙ୍କର ଦମଦାର ପ୍ରଚାର ଜୋଂଗୁ ଦଳ ଭଲ ସ୍ଥିତି କୁ ଆସିଯାଇଥିଲା l
ଆଜି ବି ପ୍ରଚାର କୁ ଯିବା ଲାଗିପ୍ରସ୍ତୁତ ହେଉଥିବା ବେଳେ ଦୁର୍ବଳ ଅନୁଭବ କରିଥିଲେ l ଫୁ ଲବାଣୀ ରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି ତାପମାତ୍ରା ୮ ଡିଗ୍ରୀ ସେଲସିୟସ ରହିଛି l
ଥଣ୍ଡା ରେ ବୁଲି ପ୍ରଚାର କରିବା ଠିକ ସମୟରେ ନ ଖାଇବା ଦ୍ୱାରା ତାଙ୍କୁ ଥଣ୍ଡା, କାଶ, ହେଉଥିବା ଜଣାପଡିଛି ଓ ସେ ଦୁର୍ବଳ ଅନୁଭବ କରିଥିବା କର୍ମୀ କହିଛନ୍ତି l ତେବେ ଚିକିତ୍ସା ପରେ ସେ ଟିକେ ସୁସ୍ଥ ଅନୁଭବ କରିଥିବା ଜଣାପଡ଼ିଛି l

Leave a comment

Your email address will not be published. Required fields are marked *