#Breaking News #District

ଚାରି ଦଫା ଦାବୀ ପୂରଣ ନେଇ ବେସରକାରୀ ଅଧ୍ୟାପକ ଓ କର୍ମଚାରୀଙ୍କ ଦାବିପତ୍ର


ଫୁଲବାଣୀ(ସୁନୀଲ ପଟନାୟକ )
ଚାରି ଦଫା ଦାବୀ ପୂରଣ ନେଇ ନିଖିଳ ଓଡିଶା ୬ ୬ ୨ +dui ଓ +୩ ବେସରକାରୀ ଅଧ୍ୟାପକ ଓ କର୍ମଚାରି ସଙ୍ଘ କନ୍ଧମାଳ ଶାଖା ପକ୍ଷରୁ ବୁଧବାର ଏକ ଶୋଭା ଯାତ୍ରା ରେ ଯାଇ ଅତିରିକ୍ତ ଜିଲାପାଳ ଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି lସୂଚନା ଯୋଗ୍ୟ ଯେ, ଗତ ୫ ମାସ ହେଲା ଫେବୃଆରୀ ୧୨ ତାରିଖ ଦିନଭୁବେନେଶ୍ୱର ଗାନ୍ଧୀ ମାର୍ଗ ରେ ନିଜ ଦାବୀ ଉପସ୍ଥାପନ କରି ଆସୁଥିଲେ ବି ସରକାର ଦାବୀ ପୂରଣ ଆଶ୍ୱାସନା ଦେଈ ପ୍ରତାରଣା କରୁଥିବା ଅଭିଯୋଗ କରିଛନ୍ତି l ଯୁକ୍ତ ୨ ଓ ଯୁକ୍ତ ୩ ପରିକ୍ଷା ପରିଚାଳନା ଓ ମୂଲ୍ୟାଙ୍କନ ରେ ସହଯୋଗ କରି ଥିଲେ ତଥାପି ସରକାର ଙ୍କ ଶୁଭ ଦୃଷ୍ଟି ନପଡିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସଭାପତି ନବ ସାହୁ ଓ ସମ୍ପାଦକ ପ୍ରଶାନ୍ତ କର କହିଛନ୍ତି l ଦାବୀ ପୂରଣ ନ ହେଲେ ଆଗାମୀ ଜୁଲାଇ କୋଡିଏ ତାରିଖ ରୁ ସମସ୍ତ ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟ ବନ୍ଦ କରିବା ସହ ମହାବିଦ୍ୟାଳୟ ସମ୍ମୁଖ ରେ ଧାରଣା ଦେବେ ବୋଲି ସଭାପତି ସାହୁ କହିଛନ୍ତି l
ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷ ସନ୍ତୋଷ ପ୍ରଧାନ, ଅଶୋକ କୁମାର ପାଣି, ସତ୍ୟ ପାଣିଗ୍ରାହୀ, ସମୀର ସାହୁ, ଦେବେନ୍ଦ୍ର ପ୍ରଧାନ, ସୁଦାମ ସାହୁ, ଅମ୍ବର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *