#Breaking News #Uncategorized

ଡକାୟତି ବେଳେ ରିଭଲବର ସହ ଜଣେ ଗିରଫ,ସହଯୋଗୀ ଫେରାର

ଫୁଲବାଣୀ, (ସୁନୀଲ ପଟ୍ଟନାୟକ) ଶନିବାର ରାତିରେ ଫୁଲବାଣୀ ଜଣେ ହୋମଗାର୍ଡ ନିଜ ଗ୍ରାମ ଦୂତିମେଣ୍ଡି ରୁ ଫୁଲବାଣୀ କୁ ମୋଟର ସାଇକେଲ ରେ ଆସୁଥିବା ବେଳେ ଏଫ୍.ସି. ଆଇ ଛକ ନିକଟ ରାସ୍ତାରେ ଦୁଇଜଣ ଯୁବକ ମୋଟର ସାଇକେଲ ଅଟକାଇରିଭଲବର ଦେଖାଇ ଡକାୟତି ଉଦ୍ୟମ କରୁଥିବାବେଳେ ଖବର ପାଇ ଫୁଲବାଣୀ ଟାଉନ୍ ପୋଲିସ ତତକ୍ଷଣାତ ଘଟଣାସ୍ଥଳରେ ପହଞ୍ଚି କାହ୍ନୁ ନାୟକ ନାମକ ଏକ ଯୁବକ କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ସହଯୋଗିସେଠାରୁ ଚମ୍ପଟ ମାରିଥିଲ । ।ଗିରଫ ଯୁବକ ପାଖରୁ ଏକ ରିଭଲଭର ସହ 5 ଟି ଜୀବନ୍ତ ଗୁଳି ମଧ୍ୟ ପୋଲିସ ଜବତ କରିଛି।ଗିରଫ ଯୁବକ ମାନେ ନିୟମିତ ଫୁଲବାଣୀ ଭୁବନେଶ୍ୱର ରାସ୍ତା ଓ ଫୁଲବାଣୀ – ବୌଦ୍ଧ ରାସ୍ତାରେ ରାତିରେଗାଡ଼ିରେ ଆସୁଥିବା ଯାତ୍ରୀ ମାନଙ୍କୁ ବନ୍ଧୁକ ଦେଖାଇ ଡକାୟତ କରୁଥିଲେ। ପୋଲିସ କାହ୍ନୁ ନାୟକ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଚମ୍ପଟ ମାରିଥିବା ସହଯୋଗୀ କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Leave a comment

Your email address will not be published. Required fields are marked *