#Breaking News #Uncategorized

ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମ ଜୟନ୍ତୀ ପାଳିତ

ଆମ ପ୍ରତିଷ୍ଠା ଆମ ସମ୍ମାନ ’ ତରଫରୁ ସ୍ଥାନୀୟ ଗଣେଶ ବଜାରସ୍ଥିତ ଗୋପବନ୍ଧୁ ଟାଉହଲ୍‌ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥ୍‌ ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଉପସ୍ଥିତ ରହି ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ‘ ‘ ମିଶୁ ମୋର ଦେହ ଏଦେଶ ମାଟିରେ , ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ’ ଓ ‘ ନର ସେବା ହିଁ ନାରାୟଣ ସେବା ’ ଉକ୍ତ ଦୁଇଟିକୁ ବାଖ୍ୟା କରି ପଣ୍ଡିତ ଗୋପବନ୍ଧୁ ଓଡିଆ ଜାତିର ସ୍ୱାଭିମାନର ପ୍ରତୀକ ତଥା ସେବା ଓ ତ୍ୟାଗର ମୁକ୍ତିମନ୍ତ ପ୍ରତୀକ ଥିଲେ ବୋଲି ମତ ପ୍ରକାଶ କରିଥିଲେ । ଅନୁଷ୍ଠାନର ଜିଲ୍ଲା କୋଷାଧ୍ୟକ୍ଷ ରୁଦ୍ରାନ୍ତ ଦଳେଇଙ୍କ ଅଧ୍ୟକ୍ଷତାରେ ସକାଳ ୭ ଘଟିକା ସମୟରେ ଶତାଧିକ ସଦସ୍ୟମାନଙ୍କ ଉପସ୍ଥିତିରେ ପଣ୍ଡିତ୍ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ‘ ଗୋପବନ୍ଧୁ ଦାସ ଅମର୍ ରହେ ‘ ଧ୍ବନୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଭ୍ୟ କୈଳସ ଚନ୍ଦ୍ର ରାଉତ , ଦୁର୍ଯ୍ୟୋଧନ ବେହେରା , ବିଭୁତି ଭୂଷଣ ସାହୁ , ପ୍ରତାପ ଦାସ , କୈଳାସ ଚନ୍ଦ୍ର ନାୟକ , ଗଣେଶ ବଜାର ପୂଜା କମିଟି ସଭାପତି ବସନ୍ତ ବେହେରା , ନକୁଳ କୁମାର ସାହୁ , ବିଭୁତି ନନ୍ଦ , ଦୀପକ ଦାସ , ମଦନମୋହନ ବେହେରା , କାହ୍ନୁ ଦଳେଇ , ରାଜେନ୍ଦ୍ର ଦାସ , ଲୁଲୁ ଜେନା , ବାବୁ ମହାନ୍ତି , ସଂଜୟ ସାହୁ , ଭାଗି ସାହୁ , ନଜୁ ମହମ୍ମଦ , ସରୂପାନନ୍ଦ ଦାସ , ରଶ୍ମିନାରାୟଣ ସାହୁ , ଶିଶିର ଦଳେଇ , ହୀରୋଜ୍ ଖାଁ , ଜଗା ସେଠୀ , ପପୁ ମହାନ୍ତି , ପ୍ରଶାନ୍ତ ଜେନା , ଅନିଲ୍ ରାଉତ , ଅକ୍ଷୟ ସାହୁ , ଆଲୋକ ରଥ , ରାଜୁନ୍ ଖାଁ , ଆନନ୍ଦ ସେଠୀ , ଶକ୍ତି ମହାପାତ୍ର , ଅମରେଶ ଜେନା , ଶେଖର ସେଠୀ , ଚନ୍ଦନ ବେହେରା , ପ୍ରଭାତ ସେଠୀ , କାଳିଆ ସେଠୀ ପ୍ରମୁଖଙ୍କ ସହିତ ଶତାଧିକ ଆମ ପ୍ରତିଷ୍ଠା ଆମ ସମ୍ମାନର କର୍ମକର୍ତା ଯୋଗଦେଇଥିଲେ ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *