#Exclusive

ବାତ୍ୟା ପୂର୍ବରୁ ଉପକୂଳ ଓଡ଼ିଶାରେ ପ୍ରଭାବ: ମେ’ ୧୯, ୨୦ରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବାତ୍ୟା ଅମ୍ଫାନର ଗତିପଥ ଓ ଦିଗ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିବେ, ମାତ୍ର ଏହା ପୂର୍ବରୁ ପାଣିପାଗ ବିଶେଷଜ୍ଞମାନଙ୍କ ପୂର୍ବାନୁମାନ ଅନୁଯାୟୀ ଏହି ବାତ୍ୟା ବାଂଲାଦେଶର ସ୍ଥଳପଥ ଛୁଇଁବାର ସମ୍ଭାବନା ରହିଛି ।

ଅନ୍ୟ କେତେକ ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ ବାଂଲାଦେଶ ଆଡ଼କୁ ଏହି ବାତ୍ୟା ମୁହାଁଇବା ପଥରେ ଓଡ଼ିଶାକୁ ଏହା ମଧ୍ୟ ପ୍ରଭାବିତ କରିପାରେ ।

କେତେକ ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ, ମେ’ ୨୦ ତାରିଖ ସକାଳେ ପାରାଦୀପରେ ପ୍ରବଳ ବର୍ଷା ସହିତ ୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ଭାବେ ପୁରୀ ସହରରେ ମେ’ ୧୯ ତାରିଖ ରାତିରେ ୭୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ।

ଏହାର ପ୍ରଭାବରେ ପୁରୀରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶାର ତଟବର୍ତ୍ତୀ ଅଞ୍ଚଳକୁ ଲାଗି ରହିଥିବା କଟକ ଓ ଭୁବନେଶ୍ୱରରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣଣ୍ଟାପ୍ରତି ୫୦ କିଲୋମିଟର ରହିବାର ସମ୍ଭାବନା ରହିଥିବାର ପୂର୍ବାନୁମାନ କରାଯାଉଛି ।

ଇିବିଶେଷଜ୍ଞ ମାନଙ୍କ ପାଣିପାଗ ଆକଳନ ଅନୁଯାୟୀ ବାଂଲାଦେଶ ଏହା ପ୍ରଭାବ ବିସ୍ତାର କରିବା ସହିତ ଘଣ୍ଟାପ୍ରତି ୨୫୦ କି.ମି. ବେଗରେ ପବନ ବହିବାର ଆଶଙ୍କା ସୃଷ୍ଟି ହୋଇଛି । ମାତ୍ର ଉତ୍ତର ବଙ୍ଗୋପସାଗରରେ ଏହା ପହଞ୍ଚିଲେ ଏହାର ପ୍ରଭାବ ହ୍ରାସ ପାଇବାର ସମ୍ଭାବନା ରହିଛି । ବାଂଲାଦେଶରେ ଏହା ସ୍ଥଳପଥ ଛୁଇଁବା ସମୟରେ ଘଣ୍ଟା ପ୍ରତି ୨୨୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

Leave a comment

Your email address will not be published. Required fields are marked *