#Breaking News

ଅସ୍ଥାୟୀ କୋଭିଡ କେୟାର ସେଣ୍ଟର ଖୋଲିବା ପାଇଁ କନ୍ଧମାଳ ଜିଲ୍ଲାପାଳ ଙ୍କ ପରିଦର୍ଶନ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନା ମହାମାରୀ କୁ ଦୁଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୁଣି ଅସ୍ଥାୟୀ ମେଡିକାଲ କେନ୍ଦ୍ର ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି | ଏନେଇ କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡି. ରାଇକିଆ ଗସ୍ତରେ ଆସି ପ୍ରଥମେ ରାଇକିଆ ଠାରେ ଖୋଲିବାକୁ ଥିବା ଅସ୍ଥାୟୀ କୋଭିଡ କେୟାର ସେଣ୍ଟର ପରିଦର୍ଶନ କରି ଅନୁସାଙ୍ଗିକ ଉପକରଣ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦେଇଥିଲେ |ଏଥି ସହିତ ବ୍ଲକର କଳିଙ୍ଗ ବିଦ୍ୟାଳୟ ବୁଲି ଦେଖିବା ସହ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ମାଣ ହେଉଥିବା ସ୍ମାର୍ଟ ସ୍କୁଲ ଯଥା ସୁଗଡ଼ବାଡି, ମାହୁପାଙ୍ଗା, ପେଟାପାଙ୍ଗା, ଆଡାସିକୃପା ଆଦି ସ୍ଥାନର ସ୍ମାର୍ଟ ସ୍କୁଲ ପରିଦର୍ଶନ କରି କାର୍ଯ୍ୟର ତଦାରଖ କରିଥିଲେ l ଏହି ଗସ୍ତ ଅବସରରେ ଜିଲ୍ଲାପାଳଙ୍କ ସହ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ସୁଶ୍ରୀ ସ୍ମରଣିକା ଟୁଲୋ, ସହକାରୀ ପ୍ରକଳ୍ପ ଅଧିକାରୀ କେଦାର ପଣ୍ଡା, ସହକାରୀ ଯନ୍ତ୍ରୀ ରମେଶ ଲେଙ୍କା, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ |

Leave a comment

Your email address will not be published. Required fields are marked *