#Breaking News

ମିଲର୍ସ ଙ୍କ ମର୍ଜି ରେ ଉଠୁଛି ଧାନ:ଆପ୍


ବରଗଡ଼: ଜିଲ୍ଲାରେ ଧାନ ସଂଗ୍ରହ ଗତି ମନ୍ଥର ରହିଥିବା ବେଳେ ମିଲର୍ସଙ୍କ ମର୍ଜିରେ ମଣ୍ଡି ରୁ ଧାନ ଉଠୁଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଦିନ ଦିନ ଧରି ଧାନ ପଡି ରହୁଥିଲେ ବି ଟ୍ୟାଗ ଆସୁ ନାହିଁ ବାହାନା କରୁଛନ୍ତି ମଣ୍ଡି କର୍ମଚାରି । ଅନ୍ୟ ପଟେ ଅଖା ବସ୍ତା କିଣିବାକୁ ଚାଷୀ ବାଧ୍ୟ ହେଉଛି ବୋଲି ଆପ୍ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଅଭିଯୋଗ କରିଛନ୍ତି । ବରଗଡ଼ ଉପକଣ୍ଠ ଗୁଡ଼େସିରା ମାର୍କେଟ ରେ ଗତ ୨ ତାରିଖ ରୁ ବିଦ୍ୟୁତ ସଂଯୋଗ ବ୍ୟାହତ ହୋଇଥିବା ବେଳେ ଦୈନିକ ଦୁଇ ହଜାର ଟଙ୍କା ଭଡା ଦେଇ ଜେନେରେଟର କାମ ଚଳାଉଛନ୍ତି ମାର୍କେଟ ଅଧିକାରୀ ।ସେହିପରି ଆଦ୍ରତା ର ଆଳ ଦେଖାଇ କୁଇଣ୍ଟାଲ ପ୍ରତି ଏକ କିଲୋ ରୁ ପାଞ୍ଚ କିଲୋ ଧାନ କଟନୀ କରୁଥିବା ଆପ୍ ଅଭିଯୋଗ କରିଛି । ଗତ ଗୁରୁବାର ଓ ଶୁକ୍ରବାର ଦିନ ଆମ୍ ଆଦମୀ ପାର୍ଟିର ଏକ ପ୍ରତିନିଧି ଦଳ ବିଭିନ୍ନ ମାର୍କେଟ ବୁଲି ଚାଷୀଙ୍କ ସହ ଆଲୋଚନା କରିଥିଲେ । ଏହି ଦଳ କଳାପାଣି,ଅତାବିରା,ଗୋଡ଼ଭଗା,ପାହାଡ଼ଶ୍ରୀଗିଡା,ଗୁଡ଼େସିରା, ଖରମୁଣ୍ଡା ଆଦି ମାର୍କେଟ ବୁଲି ବିଭିନ୍ନ ଅନିୟମିତତା ଦେଖିବାକୁ ପାଇଥିଲା ।

Leave a comment

Your email address will not be published. Required fields are marked *