#Breaking News #District

ଜାତୀୟ ନିରାପଦ ମାତୃତ୍ୱ ଦିବସ ରେ ପୁରସ୍କୃତ


ଫୁଲବାଣୀ (ସୁନୀଲ ପଟନାୟକ )
ମଙ୍ଗଳବାର ୧୧.୦୪.୨୦୨୩ ରିଖ ଦିନ ଭୁବନେଶ୍ଵର ରେ ଆୟୋଜିତ ରାଜ୍ୟ ସ୍ତରୀୟ ‘ଜାତୀୟ ନିରାପଦ ମାତୃତ୍ଵ’ ଦିବସ ପାଳନ ଅବସର ରେ କନ୍ଧମାଳ ଜିଲ୍ଲା ବର୍ଷ ୨୦୨୨-୨୩ ପାଇଁ ଜିଲ୍ଲା ରେ ମାତୃ ସ୍ବାସ୍ଥ୍ୟ ସେବା ର ସୁପରିଚାଳନା ତଥା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ କରାଯାଇଛି lକନ୍ଧମାଳ ଜିଲ୍ଲା ର ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର ଓ କଲ୍ୟାଣ), ଡ ପ୍ରସନ୍ନ କୁମାର ତ୍ରିପାଠୀ ଓ ଉପ ପରିଚାଳକ( ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ) ଶ୍ରୀ ଆଶିଷ କୁମାର ମହାନ୍ତି ଏହି ଅବସର ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ର ସ୍ଵତନ୍ତ୍ର ସଚିବ ଶ୍ରୀମତୀ ସାଳୀନୀ ପଣ୍ଡିତ ଓ ଜାତୀୟ ସ୍ଵାସ୍ଥ୍ୟ ମିଶନ ର ନିର୍ଦେଶିକା ଡ. ବୃନ୍ଦା ଡୀ. ଙ୍କ ଦ୍ଵାରା ସମ୍ମାନିତ ହେଇଥିଲେ

Leave a comment

Your email address will not be published. Required fields are marked *