#Breaking News #District

ବନ ଜ୍ୟୋସ୍ନାସାହିତ୍ୟ ସଂଗଠନ ପକ୍ଷରୁ ତ୍ରୟୋଦଶ ପୁସ୍ତକମେଳା ଉଦଘାଟିତ


ଫୁଲବାଣୀ(ସୁନୀଲ ପଟନାୟକ)
ସାହିତ୍ୟ ସମାଜରହୀତ ସାଧନ କରିଥାଏ ଏଣୁ ସମସ୍ତଙ୍କ ସାହିତ୍ୟ ପ୍ରତିସକାରାତ୍ମକ ମନୋଭାବ ରହିବା ଆବଶ୍ୟକ ବୋଲି ଫୁଲବାଣୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନାର ତ୍ରୟୋଦଶ ପୁସ୍ତକ ଉତ୍ସବଓ ସାଂସ୍କୃତିକ ମେଳା ର ଉଦଯାପନୀ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ, ବୁଦ୍ଧିଜୀବୀ, ସାହିତ୍ୟିକ ଡ଼ ଅରୂପ ଜେନା କହିଛନ୍ତି । ସେହିପରି ମୁଖ୍ୟ ବକ୍ତା ଭାବେ ଟିକାବାଲି ଏଏମସି ଏସ ମହାବିଦ୍ୟାଳୟର ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସାହିତ୍ୟିକ ତଥା ଅବସରପ୍ରାପ୍ତ ମଙ୍ଗଳ ଅଧିକାରୀ, ସୁବାସ ମହାନ୍ତି, ଅବସ ରପ୍ରାପ୍ତ ପ୍ରାଧ୍ୟାପକ ତଥା ବୁଦ୍ଧିଜୀବୀ ତୀର୍ଥ ଯାନୀ, କୌଶିକ ସାହୁ, ଅନୁଷ୍ଠାନରସଭାପତି ତଥାସା ମ୍ବାଦିକ ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ନୂତନ କବି ଓ ସାହିତ୍ୟିକ ଓ ପାଠକସୃଷ୍ଟି କରିବାରେ ବନଜ୍ୟୋସ୍ନାର ନିରନ୍ତର ପ୍ରୟାସକୁ ପ୍ରସ ସାଂ କରିଥିଲେ l
ଅନୁଷ୍ଠାନର ସଂପାଦକ ତଥ। ସାହିତ୍ୟିକ ଅଧ୍ୟାପକ ଡ. କାହୁ ଚରଣ ଶତପଥି ସଭା ପରିଚାଳନା କରିଥିବାବେଳେ ମୁଷ୍କl ନ ସୁଆର ସଂଚାଳନ କରିଥିଲେ
ଏହି ଅବସରରେ କବି, ସାହିତ୍ୟିକ ତଥା ଶିକ୍ଷୟତ୍ରୀ ସୁନୀତି ଆଚlରି ଙ୍କ ଏକ ପୁସ୍ତକ ଉନ୍ମୋଚନ ହୋଇଥିଲା। ଏହି ଅ ବସର ରେଆୟୋଜିତ ବିଭିନ୍ନ ପ୍ରତିଯୋଗୀତା ର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନକରାଯାଇଥିଲା l
ରାଜ୍ୟ ର ବିଭିନ୍ନ ଅଞ୍ଚଳରୁ ପୁସ୍ତକପ୍ରକାଶକ, ବିକ୍ରେତା ଯୋଗ ଦେଇଥିଲେ । ପ୍ରତ୍ୟହ ଜିଲ୍ଲା ଓ ଜିଲାବାହାର ର କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଦୀର୍ଘ ବାରଦିନ ବ୍ୟାପୀ ଅନୁଷ୍ଠିତ ପୁସ୍ତକ ଉତ୍ସବ ଓ ସାଂସ୍କୃତିକ ମେଳାରେ ସ୍ଥାନୀୟ ଲୋକେ ମେଳାରୁ ବିଭିନ୍ନ ଆବଶ୍ୟକୀୟ ସାମଗ୍ରି, ମନ ପସନ୍ଦ ର ପୁସ୍ତକ କିଣିବା ସହ ଚଟ ପଟା ଖାଦ୍ୟ ଖାଇ ଭରପୁର ମଜା ଉଠାଇଥିଲେ l

Leave a comment

Your email address will not be published. Required fields are marked *