#Breaking News

ଦେଶୀ ବନ୍ଧୁକ ରଖିଥିବା ଅଭିଯୋଗରେ ଜଣେ ଗିରଫ


ବାଲିଗୁଡ଼ା,୨୨/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନାର ମଣ୍ଡାକିଆ ଗ୍ରାମପଞ୍ଚାୟତ ବିଅରପଙ୍ଗା ଗ୍ରାମର ସଞ୍ଜୟ ପ୍ରଧାନ ଏକ ଦେଶୀ ବନ୍ଧୁକ ରଖିଥିବା ଅଭିଯୋଗରେ ରାଇକିଆ ପୋଲିସ ଗିରଫ କରିଛି l ମିଳିଥିବା ସୂଚନା ଅନୁଯାୟୀ ଗତ ୧୫ ତାରିଖରେ ସଞ୍ଜୟଙ୍କ ଘରେ ଚଢ଼ାଉ କରି ଏକ ଦେଶୀ ବନ୍ଧୁକ ଜବତ କରିଥିଲେ ପୋଲିସ l ପୋଲିସ ଆସିବା ଖବର ପାଇ ସଞ୍ଜୟ ଘରୁ ଛୁ ମାରିଥିଲା l ମଙ୍ଗଳବାର ପୋଲିସ କୈାଣସି ସୁତ୍ରରୁ ସୂଚନା ପାଇ ଘରେ ଚଢ଼ାଉ କରି ସଞ୍ଜୟକୁ କାବୁ କରି ଥାନାକୁ ଆଣିଥିଲା l ଏନେଇ ରାଇକିଆ ଥାନାରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ନେଇ ଆଇନ୍ ଧାରା ୨୫ ଅନୁସାରେ ୧୪/୨୧ ରେ ଏକ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ରାଇକିଆ ଥାନା ଧିକାରୀ ଶ୍ରୀକାନ୍ତ ଖମାରୀ ପ୍ରକାଶ କରିଛନ୍ତି l

Leave a comment

Your email address will not be published. Required fields are marked *