#Breaking News #Uncategorized

କରେନାକୁ ମାତ ଦେବା ଲାଗି ପ୍ରଶାସନର ଯୋରସୋର ଉଦ୍ୟମ, ଥର୍ମାଲ ସ୍କ୍ରିନିଙ୍ଗ ସହ ସ୍ୱାସ୍ଥ୍ୟଯାଞ୍ଚ


ଫୁଲବାଣୀ- (ସୁନୀଲ ପଟନାୟକ) ମହାମାରୀ କରୋନାର ଦ୍ୱିତୀୟ ଲହରକୁ ମାତ ଦେବା ଲାଗିକରି କନ୍ଧମାଳ ଜିଲ୍ଲା ପ୍ରଶାସନ ଯୋରସୋର ଉଦ୍ୟମ ଚଳାଇଛି । ସହରଠୁ ଆରମ୍ଭ କରି ଗ୍ରାମାଞ୍ଚଳରେ ମଧ୍ୟ ସ୍ୱାସ୍ଥ୍ୟକର୍ମୀ,ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ଥର୍ମାଲ ସ୍କ୍ରିନିଙ୍ଗ କରୁଛନ୍ତି । କାହାକୁ ଜ୍ଵର , ଥଣ୍ଡା କାଶ କିମ୍ବା ଅନ୍ୟାନ୍ୟ ସମସ୍ୟାକଣରହିଛି ତାହା ପଚାରି ବୁଝୁଛନ୍ତି । ସେହିପରି ଜ୍ଵର ଥଣ୍ଡା ଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଲାଗି କହୁଛନ୍ତି । ସେହିପରି ସର୍ବଦାମାସ୍କସିନ୍ଧିବା, ସାମାଜିକ ଦୂରତାରକ୍ଷାକରିବା, ହାତକୁ ଭଲକରି ସଫା ରଖିବା ଲାଗି କହୁଛନ୍ତି । କାମ ନଥିଲେ ଅଜଥା ବାହାରକୁ ନ ବାହାରିବା ଲାଗି ପରାମର୍ଶ ଦେଉଛନ୍ତି । ବାହାରୁ କିଏ ସଂପର୍କୀୟ ଆସିଛନ୍ତି କି ନାହିଁ ତାହାର ମଧ୍ଯ ହିସାବ ରଖୁଛନ୍ତି ସ୍ଵାସ୍ଥ୍ୟ ଓ ଅଙ୍ଗନବାଡି କର୍ମୀମାନେ । ବାହାରୁ ଆସିଥିବା ଲୋକଙ୍କ ସଂପର୍କରେ ସୂଚନା ଦେବା ସହ ସଙ୍ଗ ରୋଧରେ ରହିବାଲାଗି ପରାମର୍ଶ ଦେଇଛନ୍ତି ।
ସେହିପରି ସହରଠୁ ଆରମ୍ଭ କରି ଗ୍ରାମ ଯାଏ ହାଟ ବଜାର ବୁଲି ପୋଲିସ ମାସ୍କଓ ସାମାଜିକ ଦୂରତା ବଜାୟ ରହୁଛି କି ନାହିଁ ତଦାରଖ କରୁଛି । ଆବଶ୍ୟକ ସ୍ଥଳେ ମାଜିଷ୍ଟେଟ ଦୀୟୀ ତ୍ଵରେ ଥିବା ତହସିଲଦାର ନିୟମ ମାନୁନଥିବା ଦୋକାନ ଉପରେ ଚଢାଉ କରି ଜରିମାନ । ଆଦାୟ ସହ ଦୋକ।ନସିଲ କରୁଛନ୍ତି। ଗତକାଲି ଗୁରୁବାର ଫୁଲବାଣୀ ସହର କୋର୍ଟ ଛକଠାରେ ଥିବା ଚାଓ ଅନ୍ୟ ଗୋଟିଏ ପାନ ଦୋକାନ ସିଲ କରିଛନ୍ତି। ସେହିପରି ବାଲିଗୁଡ଼ାରେ ମଧ୍ୟ ୩ଟି ଦୋକନ କୁସି ଲ କରିଛନ୍ତି ତହସିଲଦାର । ଅମାନିଆ ମାନଙ୍କ ବିରୁଦ୍ଧରେ
ଆଗକୁ ଆହୁରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ କହିଛି ।
ବର୍ତ୍ତମାନ ଜିଲ୍ଲାରେ ୧୬୩ଜଣ କରେ । ନା ପଜିଟିଭ ଚିହ୍ନଟ ହେଲେଣି। ଶୁକ୍ରକାର ପୁଣି ଜିଲ୍ଲ।ରେ ୩୪ଜଣ ନୂତନ ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।
ଏହି ସଂଖ୍ୟା ଯେପରି ଆଗକୁ ନବଢିବ ସେଥିପ୍ରତି ସତର୍କ ଦୃଷ୍ଟି ରଖିଛି ପ୍ରଶାସନ ।
ସେହିପରି ସହରରେ ବିପିୟୁଟି ପଲିଟେକନିକ, ମହିଳା ମହାବିଦ୍ୟାଳୟ, ସରକାରୀ କଲେଜ ଆଦି ବିଭିନ୍ନ ସ୍ଥାନରେ ଟିଏମସି ଖୋଲିଛି ପ୍ରଶାସନ। ପ୍ରବାସୀ ଓଡ଼ିଆ ଫେରିଲେ। ସେମାନଙ୍କୁ ଏଠାରେ ସଙ୍ଗ ରୋଧରେ ରଖାଯିବ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *