#Breaking News #District

ଘର ଭଙ୍ଗାକୁ ନେଇ ଏସ୍‌ପିଙ୍କ ଦ୍ବାରସ୍ଥ


ଢେଙ୍କାନାଳ( ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହୁଲପୁଞ୍ଜି ଗ୍ରାମର ସଚି ପଣ୍ଡାଙ୍କ ଘରକୁ ଭାଙ୍ଗି ସେହି ଗ୍ରାମର କିଛି ବ୍ୟକ୍ତି ତାରବାଡ ଦେବା ଘଟଣାକୁ ନେଇ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ପ୍ରକାଶ ଯେ, ଗତ ୨ ତାରିଖ ଦିନ ମହୁଲପୁଞ୍ଜି ଗ୍ରାମର ସଚି ପଣ୍ଡା ନାମକ ଜଣେ ମହିଳାଙ୍କ ଘରକୁ ସେହି ଗ୍ରାମର ବିଶ୍ବନାଥ ପଣ୍ଡା, ପିତା-ଭଗବାନ ପଣ୍ଡା, ଝୁନୁ ପଣ୍ଡା, ସ୍ବାମୀ-ବିଶ୍ବନାଥ ପଣ୍ଡା, ଲିକି ପଣ୍ଡା, ପିତା – ବିଶ୍ବନାଥ ପଣ୍ଡା ଏବଂ ଟଙ୍କ ମହାରଣା, ଧନଞ୍ଜୟ ମହାରଣା, ଶ୍ରୀକାନ୍ତ ମହାରଣା, ଶିଶିର ପରିଡା ପ୍ରମୁଖ ଆସି ସଚି ପଣ୍ଡାଙ୍କ ଘରକୁ ଭାଙ୍ଗି ତାରପଡା ଦେଇଥିଲେ। ଏହି ସମୟରେ ଶ୍ରୀମତୀ ପଣ୍ଡାଙ୍କ ସାମୀ ଲିଙ୍ଗରାଜ ପଣ୍ଡା ଓ ସାନଝିଅ ଟୁନି ପଣ୍ଡା ବାରଣ କରିବାରୁ ତାଙ୍କୁ ମାଡମାରି ଓ ଅଭଦ୍ର ଭାଷାରେ ଗାଳିଗୁଲଜ କରି ମୋବାଇଲ୍ ଛଡାଇ ନେଇଥିଲେ। ଏ ବାବଦରେ ଭାପୁର ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ୍ ତରଫରୁ କୌଣସି ସମାଧାନ କରିନଥିଲେ ବୋଲି ସୂଚନା ଦେଇଛନ୍ତି । ତେଣୁ ଶ୍ରୀମତୀ ପଣ୍ଡା ଅଦ୍ୟ ମଙ୍ଗଳବାର ଏସ୍‌ପିଙ୍କ ଦ୍ବାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି ।

Leave a comment

Your email address will not be published. Required fields are marked *