#Uncategorized

ଇସୋ ଆନୁକୂଲ୍ୟରେ ଶିଶୁ କନ୍ୟା ଦିବସ ପାଳିତ


ଢେଙ୍କାନାଳ(ଉଲାପ୍ର)ଢେ଼ଙ୍କାନାଳ ମହାବିଦ୍ୟାଳୟ ମଧ୍ୟରେ ଇସୋ ତରଫରୁ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ରେ ମୁଖ୍ୟଅତିଥି ରୂପେ ଅତିରିିକ୍ତ ଏସପି ନାୟକକୃଷ୍ଣ କମେଲା, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମହିଳା ମହାବିଦ୍ୟାଳୟର ଅଧକ୍ଷ ରାମଚନ୍ଦ୍ର ମଲ୍ଲ, ମହିଳା ସହଯୋଗ କେନ୍ଦ୍ର ର ଆଡ଼ଭାଇଜର ଶାନ୍ତି ମିଶ୍ର, ଅମୃତା ନନ୍ଦିନୀ ମହାନ୍ତି ଯୋଗ ଦେଇଛନ୍ତି ।ଇସୋ ର କାର୍ଯ୍ୟକାରୀ ସମ୍ପାଦିକା ପୁଷ୍ପାଞ୍ଜଳି ଜେନା ଏହାକୁ ଆୟୋଜନ କରାଇଥିଲେ । କନ୍ୟାରତ୍ନଙ୍କର ଆଜିର ଯୁଗରେ ଆବଶ୍ୟକତା ବିଷୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ମଧ୍ୟ ଆୟୋଜନ କରାଯାଇଥିଲା । ବର୍ତ୍ତମାନ ସମାଜରେ ମହିଳାମାନଙ୍କ ଆବଶ୍ୟକତା ଏବଂ ସେମାନେ ମଧ୍ୟ ପୁରୁଷ ମାନଙ୍କଠାରୁ କୌଣସି ଗୁଣରେ କମ ହୋଇନାହାନ୍ତି ବୋଲି ଇସୋ ର ଆଡ଼ଭାଇଜର ଶାନ୍ତି ମ୍ୟାଦମ ନିଜର ମତ ରଖିଥିଲେ ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *