#Breaking News #Uncategorized

ପିଲା ଚୋର ସନ୍ଦେହରେ ଯୁବକଙ୍କୁ ଅଟକ ରଖିଲେ ଗ୍ରାମବାସୀ


ବାଲିଗୁଡା,୧୮/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): ପିଲା ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ କମିଟି ଘରେ ଅଟକ ରଖିଲେ ଗ୍ରାମବାସୀ ।କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ମୁଣ୍ଡୁଲାବାଲି ଗ୍ରାମରେ ଘଟିଛି ଏଭଳି ଘଟଣା । ଗାଁ କମିଟି ଘରେ ସନ୍ଦିଗ୍ଧକୁ ଅଟକ ରଖି ଆଜି ସକାଳୁ ପୋଲିସର ଜିମା ଦେଲେ ଗ୍ରାମବାସୀ ।ସନ୍ଦିଗ୍ଧ ଜଣକ ପର୍ତ୍ତମାହା ପଞ୍ଚାୟତର କଟାବାଡ଼ି ଗ୍ରାମର ମିନକେତନ ପ୍ରଧାନ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ସମୟରେ ମିନକେତନ ମୁଣ୍ଡୁଲାବାଲି ଗ୍ରାମରେ ବୁଲୁଥିବା ସମୟରେ କିଛି ଗ୍ରାମବାସୀ କୁଆଡ଼େ ବୁଲୁଛୁ ବୋଲି ତାକୁ ପଚାରିବାରୁ ସେ ଦୌଡ଼ିବାକୁ ଲାଗିଲା । ଏହାପରେ ଗ୍ରାମବାସୀ ମିନକେତନ କୁ ପିଛା କରି କାବୁ କରିବାରେ ସକ୍ଷମ ହୋଇଥିଲେ ଏବଂ ଗାଁ କମିଟି ଘରେ ତାକୁ ତାଲା ପକାଇ ରଖିଥିଲେ । ଏହାପରେ ଘଟଣା ସମ୍ପର୍କରେ ଦାରିଙ୍ଗବାଡ଼ି ପୋଲିସକୁ ଖବର ଦେଇଥିଲେ । ଆଜି ସକାଳୁ ଏସଆଇ ସୌମ୍ୟରଞ୍ଜନ ଜେନା ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚାରା ଉଚୁରା କରୁଥିବା ବିଷୟ ଥାନା ସୂତ୍ରରୁ ପ୍ରକାଶ l

Leave a comment

Your email address will not be published. Required fields are marked *