#Breaking News #Uncategorized

ତୋଟାଗୁଡ଼ା ଉପର ସାହି ବାସିନ୍ଦାଙ୍କୁ ପାନୀୟ ଜଳ ଯୋଗାଇଦେବାକୁ ଦାବୀ


ଫୁଲ ବାଣୀ-( ସୁନୀଲ ପଟ୍ଟନାୟକ)
ସରକାର ଗ୍ରାମାଞ୍ଚଳର ସବୁ ଲୋକଙ୍କୁ ପାନୀୟ ଜଳ ଯୋଗାଇଦେଉଥିବା କଥା କହୁଛନ୍ତି। ନଳକୂପ ଖୋକିବା, ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିବାପାଇଁ ପ୍ରର୍ଯ୍ୟାପ୍ତ ଅର୍ଥ ଅନୁଦାନ ମଧ୍ୟ ଯୋଗାଇ ଦେଇଛନ୍ତି । କେନ୍ଦ୍ରୀୟପଞ୍ଚଦଶ ଅର୍ଥ କମିଶନ ଓ ୫ମରାଜ୍ୟ ଅର୍ଥ କମିଶନ ମଧ୍ୟ ସିଧାସଳଖ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲାଗି ଅର୍ଥ ଅନୁଦାନ ଯୋଗାଇ ଦେଇଛନ୍ତି । ହେଲେ ଏତେ ଅର୍ଥ ଅନୁଦାନଆସିବା ପରେ ମଧ୍ୟ ଗ୍ରାମର ଲୋକମାନଙ୍କ ପାନୀୟ ଜଳ ସମସ୍ୟା ଦୁରହେଉନି ।
ଲୋକେ ସେହି ନଦୀ ନାଳ,ଚୁଆ ଉପରେ ହି ନିର୍ଭର କରୁଛନ୍ତି। ଯାହାର କି ଜ୍ଵଳନ୍ତ ଉଦା ହରଣ ଦେଖିବାକୁ ମିଳିଛି ଚକାପାଦ ବ୍ଳକପସରା ପଞ୍ଚାୟତର ତୋଟାଗୁଡ଼ା ଉପରସାହୀ ଅଞ୍ଚଳରେ । ତଳ ସାହିରେ କୁଅ ଓ ନଳକୂପ ରହିଥିବାରୁ ସେମାନେ ଚଳିଯାଉଥିବାବେଳେ ଉପର ସାହି ବାସିନ୍ଦା ଖରା ଦିନରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । ଉପର ସାହିରେ ନଳକୁ ପଗୋଟିଏ ଚାଲୁଥିବାରୁ ତା ଉପରେ ସମସ୍ତେ ନିର୍ଭର କରୁଛନ୍ତି।ପାଣିର ଅନ୍ୟ ବ୍ୟବସ୍ଥା କିଛି ନାହିଁ। ଉପର ସାହିରେ ପ୍ରାୟ ୨ ଶହ ପାଖାପାଖି ଲୋକ ରହୁଛନ୍ତି ।. ସେଠାରେ ଆଉ ଗୋଟିଏ ଦୁଇଟି ନଳକୂପ କିମ୍ବା ଓଭରହେଡ ପାଣି ଟାଙ୍କି ବ୍ୟବସ୍ଥା କଲେ ଭଲ ହୁଅନ୍ତ । ଓ ଜଳକଷ୍ଟ ଦୁର ହୋଇଯାଆନ୍ତ ।ବୋଲି କହିଛନ୍ତି ।
ପ୍ରତିବର୍ଷ ଖରାଦିନରେ ସେମାନେ ଜଳଯନ୍ତ୍ରଣା ଭୋଗୁଥିବା କହିଛନ୍ତି ।
ଏଣୁ,ବିଭାଗୀୟ ଯନ୍ତ୍ରୀ , ବିଡିଓ ଓ ନିର୍ବାହୀ ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟିଦେଇ ସମସ୍ୟାର ସମାଧାନ କରିବା ଜରୁରୀ ହୋଇ ପଡିଛି । I

Leave a comment

Your email address will not be published. Required fields are marked *