#Breaking News #Uncategorized

ମନରେଗାରେ ହୋଇଥିବା ଆମ୍ବ ଲିଚୁଚାଷ ବିଫଳ,ଲକ୍ଷାଧିକ ଟଙ୍କା ପାଣିରେ ପଡିଲା, ତଦନ୍ତ ଦାବୀ


ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ)
ଗ୍ରାମାଞ୍ଚଳ ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି କରିବାପାଇଁ ସରକାର ମନରେଗା ଯୋଜନାରେ ଉନ୍ନତ କିସମ ଫଳ ବଗିଚା କରିବାପାଇଁ ଅନୁବାନ ଯୋଗାଇ ଦେଉଛନ୍ତି ।
ଫଳରେ ଫଳ ବିକ୍ରିକରି ହିତାଧିକାରୀମାନେ ବେଶ ଦୁଇପଇସା ରୋଜଗାର କରିବେ । ହେଲେ ବିଭାଗୀୟ କର୍ମଚାରି ମାନଙ୍କ ଅବହେଳା,ଦୁର୍ନିତି ପୂର୍ଣ୍ଣ ମନୋଭାବ ଯୋଗୁଁ ଫଳ ଚାଷ ଯୋଜନା ଜିଲ୍ଲାରେ ଏତଟା ସଫଳତା ହାସଲ ହୋଇପାରୁନଥିବା ଦେଖାଯାଉଛି ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଚକାପାଦ ପଞ୍ଚାୟତର ଶଗଡ଼ା ସାହିରେ ।
ଗତ ୨୦୧୯/୨୦ବର୍ଷରେ ମନରେଗା ଯୋଜନାରେଏହି ଗ୍ରାମରେ ପ୍ରାୟ ୫ ଏକର ଜମିରେ ଉନ୍ନତ କିସମ ଆମ୍ବ ଓ ଲିଚୁ ଗଛ ଲଗାଯାଇଥିଲା। ଚାରିପଟ ତାର ବାଡ଼ ମଧ୍ୟ ହେଲା । ହେଲେ ରକ୍ଷଣା ବେକ୍ଷଣ ଅଭାବରୁ ଅଧାରୁ ଅଧିକ ଗଛ ସବୁ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳୁଛି । ଏହି ବଗିଚାରେ ବାୟୁ ଅଟକଳ ୫ ଲକ୍ଷ ୬୩ ହଜାର୬୬୪ ଟଙ୍କା ଥିଲା । ଗଛ ଲଗାଇବା କାର୍ଯ୍ୟ ୧.୦୬.୨୦୧୯ରେ ଆରମ୍ଭ ହୋଇଥିବା କଥା ବଗିଚାରେ ଲାଗିଥିବା ବୋର୍ଡରୁ ଜଣା ପଡିଛି ।
ତେବେ ୨ ବର୍ଷ ବଢି ଯାଇଥିଲେ ମଧଆମ୍ବ କିମ୍ବାଲିଚୁ ଗଛ ଦେଖିବାକୁ ପ୍ରାୟ ମିଳୁନି। ଠାଏ ଠାଏ କିଛି ଗଛ ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ଗଛ ସବୁକୁଆଡେ ଗଲା?
ବାଡବୂଜା ଯାଇଛି ଗଛ ନଷ୍ଟ ହେଲା କେମିତି ବୋଲି ମନରେ ପ୍ରଶ୍ନ ଉଠିବା ସ୍ଵାଭାବିକ । ନଷ୍ଟ ହେଲେ ବିଭାଗ ପୁନର୍ବାର ବୃକ୍ଷରୋପଣ କରିବା କଥା କିନ୍ତୁ କରାଯାଇ ନି ଏଯାଏଁ |
ହିତାଧିକାରୀଙ୍କ ଅବହେଳା ନା ବିଭାଗର ଦାୟିତ୍ଵରେ ଥିବା କର୍ମଚାରଙ୍କ ଅବହେଳା ଯୋଗୁ ଏ ଭଳି ସ୍ଥିତି ସୃଷ୍ଟି ହୋଇଛି ଜଣା ପଡୁନି । ଏଭଳି ସ୍ଥିତିରେ ହିତାଧିକାରୀ କଣ ଲାଭ ପାଇବ ବୋଲି ପ୍ରଶ୍ନ ଉଠିଛି ।
କେବଳ ଏହି ଗୋଟିଏ ସ୍ଥାନ ନୁହେଁ ଫୁଲବାଣୀ ବ୍ଳକର ଗଞ୍ଜ ଗୁଡ଼।ଠାରେ ସୃଷ୍ଟି କରାଯାଇଥିବା ଆମ୍ବ ବଗିଚାରେ ରସବୁ ଗଛ ନଷ୍ଟ ହୋଇଯାଇଥିବାବେଳେ ମାତ୍ର ୨ଟି ଗଚ୍ଛ ରହିଥିବା ଦେଖିବାକୁ ମିଳିଛି । ହିତାଧିକାରୀଙ୍କ ଅବହେଳା ପାଇଁ ତାରବାଡ଼ସବୁ ଚୋରୀ ହୋଇଗଲା ଓ ଗାଇ ବଳଦ ପଶି ସବୁ ଗଛ ଖାଇଦେଲେ । କେବଳ ସୋ ଭାଗ୍ୟବଶତଃ ଦୁଇଟି ଗଛ ଗାଇ ମୁହଁରୁ ବଞ୍ଚି ସ୍ମାରକୀ ସଦୃଶ୍ୟ ରହିଯାଇଛି ।
ଜିଲ୍ଲାରେ ଅନେକ ସ୍ଥାନରେ ଆମ୍ବ ଲିଚୁ ବଗିଚା କରାଯାଇଥିଲେ ମଧ୍ୟ . ନଷ୍ଟ ହୋଇଯାଇଥିବା ଜଣାପଡିଛି ।
ଏନେଇ ଆମେ ଚକାପାଦ ଦାୟୀତ୍ଵରେ ଥିବା ଅଧିକାରୀଙ୍କ ମତାମତ ପାଇଁ ଫୋନ ଯୋଗେ ଯୋଗାଯୋଗ କରି ଥିଲେ ମଧ୍ୟ ସମ୍ଭବ ନ ହେବା ଫଳରେ ମତାମତ ଦିଆଯାଇପାରିନାହିଁ। ତେବେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ କାରଣ ଜଣାପଡିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

Leave a comment

Your email address will not be published. Required fields are marked *