#Breaking News

ପିଲାମାନଙ୍କ ଉନ୍ନତ ଶିକ୍ଷା ସଂପର୍କିତ କିସ ଅଭିଭାବକ କୋର କମିଟି


ଫୁଲବାଣୀ-୪/୧୦ (ସୁନୀଲ ପଟନାୟକ)
ପିଲାମାନେ ଯେପରି ଭଲ ପାଠ ପଢି ଆଗକୁ ବଢ଼ି ଭଲ ମଣିଷ ହେବେ ଆଉ ନିଜ ପରିବାର, ଗାଁଆଉ ପାଠ ପଢୁଥିବାକିସ ଅନୁଷ୍ଠାନର ନାଁ ରଖିବେ ସେନେଇ କିସ ଅନୁଷ୍ଠାନ ପକ୍ଷରୁ କନ୍ଧମାଳ ଜିଲ୍ଲାର କନୂଆଗାଁଠାରେ ଏକ ଅଭିଭାବକ ସମ୍ମିଳନୀ (କୋରକମିଟି)ଆୟୋଜିତ କରାଯାଇଥିଲା
। ଏଥିରେ କି ସ ଅନୁଷ୍ଠାନର ଜିଲା ସଂଯୋଜକ ଦ୍ଭାଗିରଥି ସେଠୀ ଯୋଗଦେଇ ଅଭିଭାବକମାନଙ୍କ ସହ ଶିକ୍ଷା ସଂପର୍କରେ ଆଲୋଚନା କରି କିସ୍ ପକ୍ଷରୁ କିଭଳି ମାଗଣାରେ ଉନ୍ନତମାନର ଶିକ୍ଷା, ପ୍ରଦାନ କରାଯିବା ସହ ଥଇଥାନ କରାଯ। ଉଛି ସେ ନେଇ ପ୍ରାଞ୍ଜଳ ଭାବେ ବୁଝାଇଥିଲେ।
ଏହି କୋରକମିଟି ବୈଠକରେ ବ୍ଳକ ଅଞ୍ଚଳର ବିଭିନ୍ନ ପଞ୍ଚାୟତ ଓ ଗ୍ରାମରୁ ବହୁ ଅଭିଭାବକ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a comment

Your email address will not be published. Required fields are marked *