#Breaking News #District

ପରିବହନ ବିଭାଗ ପକ୍ଷରୁ ଗାଡି ମଟର ଯାଂଚ କଡାକଡି


ଫୁଲବାଣୀ (ସୁନୀଲ ପଟନା ୟକ)
ଫୁଲବାଣୀ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ମଟର ଯାଞ୍ଚ ପକ୍ରିୟା କୁ କଡାକଡି କରାଯାଇଛି l ମଦ୍ୟପାନ ଓ ଦୃତ୍ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି l ବିଶେଷ କରି ହେଲମେଟ ନ୍ ପିନ୍ଧି ବାଇକ୍ ଚଳାଇବା ଓ ବସିବା ଫଳରେ ଘଟୁଥିବା ଦୁର୍ଘଟଣା ରେ କମ୍ ବର୍ଷ ର୍ ବ୍ୟକ୍ତି ଙ୍କ ମୃତ୍ୟୁ ହେଉଥିବା ରୁ ବିଭାଗ ପକ୍ଷରୁ ଉଦବେଗ ପ୍ରକାଶ କରିବା ସହ ମୃତ୍ୟୁ ସଂଖ୍ୟା ରୋକିବା ପାଇଁ ସରକାର ଓ ପରିବହନ ବିଭାଗ ଅଣ୍ଟା ଭିଡିଛି l ବିଭାଗ ପକ୍ଷରୁ ଗତ କାଲି ଦାରିଙ୍ଗବାଡ଼ି ର୍ ବିଭିନ୍ନ୍ ସ୍ଥାନରେ ଗାଡି ମୋଟର ଯାଞ୍ଚ କରି ଚାଳିଶ ରୁ ଉର୍ଦ୍ଧ ଚାଲାଣ କାଟି ଦୁଇ ଲକ୍ଷ ଅଶୀ ହଜାର ଟଙ୍କା ଜୋରିମାନା କଟାଯାଇ ଥିଲା l ଦୁଇ ଜଣ ମଦ୍ୟପ ଚାଳକ ଙ୍କ ଲାଇସେନ୍ସ ବାତିଲ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି
l ଆଂଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ ଓ ଅଧସ୍ତନ କର୍ମଚାରୀ ଙ୍କ କାର୍ଯ୍ୟ ଦକ୍ଷତା, ନିଷ୍ଠା ପର ଉଦ୍ୟମ ଆନ୍ତରିକତା, ଯୋଗୁ ବିଭାଗ ପକ୍ଷରୁ ଏଯାବତ୍ ସରକାର ଙ୍କ ଲକ୍ଷ୍ୟ ଧାର୍ଯ୍ୟ ଟିକସ ଆଦାୟ ଠାରୁ ଅଧିକା ଟିକସ ଆଦାୟ ସମ୍ଭବ ହୋଇଛି l
ବିଭାଗ ପକ୍ଷରୁ ବିଭିନ୍ନ୍ ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ସହ ହେଲମେଟ ପିନ୍ଧିବା, ନିଶା ସେବନ କରି ଗାଡି ଚାଳନା ନ କରିବା ପାଇଁ ପରାମର୍ଶ ଦିଆଯାଉଛି l

Leave a comment

Your email address will not be published. Required fields are marked *