#Exclusive

ମଦ ର କରାମତି, ଟ୍ରକ ପଛରେ ପିଟିଲା କାର, ଚାରି ଗୁରୁତର

ନିଆଳି (ବ୍ୟୁରୋ): କଟକ ଜିଲ୍ଲା ନିଆଳି- ଫୁଲନଖରା ରାସ୍ତାର ମଝିଖଣ୍ଡ ଛକଠାରେ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍ ପଛରେ ଏକ କାର୍ ପିଟି ହେବାରୁ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।  ଦୁର୍ଘଟଣାରେ କାର୍‌ଟି ଭାଙ୍ଗିରୁଜି ଯାଇଥିବା ବେଳେ  ଟ୍ରକ୍‌ ସହ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଆହତ ମାନଙ୍କ ପରିଚୟ ମିଳି ପାରିନାହିଁ, ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି ଯେ ଚାରି ଜଣ ପ୍ରଚୁର ମଦ୍ୟପାନ କରି ଗାଡି ଚଳାଉ ଥିଲେ. ଘଟଣା ସ୍ଥଳରେ ପୋଲିସ ପହଂଚି ଟ୍ରାଫିକ ସଜାଡ଼ିବା ସହିତ ତଦନ୍ତ ଚାଲୁ ରଖିଛନ୍ତି.

Leave a comment

Your email address will not be published. Required fields are marked *