#Breaking News

ଫୁଲ ବାଣୀ ସମେତ ସମଗ୍ର କନ୍ଧମାଳରେ ଲଗାଣ ବର୍ଷା ଜାରୀ , ନଦୀ ଖଣ୍ଡି ସାହି ଡ଼୍ୟାମ ଉପରେ ୨ ଫୁଟ ଉଚ୍ଚାରେ ବନ୍ୟାଜଳ ପ୍ରବାହିତ ,ଡ଼ାକ ପାଲ ଓ ଦାମିଙ୍ଗା ବିଛିନ୍ନ, ପ୍ରଶାସନରସ୍କୁଲ ଛୁଟି ଘୋଷଣା


ଫୁଲବାଣୀ- ୧୩/୯(ସୁନୀଲପଟନାୟକ)
ବୋଙ୍ଗ ପ ସାଗର ରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବାପରେ ଫୁଲ ବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଗତ କାଲିଠୁ ଲଗାଣ ବର୍ଷା ଜାରୀ ରହିଛି । ଫଳରେ ଫୁଲ ବାଣୀ ସହ ର ଦେଇ ପ୍ରବାହିତ ପିଲା ସାଲ କୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେବ। ଫଳରେ ନଦୀ ଖଣ୍ଡି ସାହିଠାରେ ଥିବା ଡ୍ୟାମ ଉପରେ ୨ ଫୁଟ ରୁ ଉର୍ଦ୍ଧ୍ଵ ଉଚ୍ଚାରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ଡାକ ପାଲା, ଦାମିଙ୍ଗା ଆଦି ୨ଟି ୱ।ର୍ଡଲୋକେ ବିଛିନ୍ନ ହୋଇଯାଇଛନ୍ତି । ଲଗାଣ ବର୍ଷ । ଯୋଗୁ ଜନଜୀବନ ବେହାଲ ହୋଇ ପଡିଛି।
ଲଗାଣ ବର୍ଷ ।କୁ ଦୃଷ୍ଟିରେ ରଖି ଆଜି ଗୋଟିଏ ଦିନ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଥିବା କଥା ଜିଲ୍ଲା ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ପ୍ରଧାନ କହିଛନ୍ତି ।
ସେହିପରି ଜିଲ୍ଲାର ଖଡଗ ନଦୀ, ସାଲକୀନଦୀ, ରାହୁଲ ନଦୀ,ଚାଉଳଧୁଆ ନଦୀ, ଆଦି ବିଭିନ୍ନ ନଦୀରେ ବନ୍ୟାଜଳ ଆସିଛି । ତେବେ ଜିଲ୍ଲାର କୌଣସିଠାରେ କ୍ଷୟ କ୍ଷତିର ସୁଚନା ଏଯାଏ ମିଳିନି । ସାରଙ୍ଗଡ଼ସ୍ଥିତ ଜଗନ୍ନାଥ ମନ୍ଦିର ଭୁଷୁଡି ପଡିଥିବା ଖବର ମିଳିଛି ।

ଦିଶା’ ର ତୃତୀୟ ବୈଠକ

Leave a comment

Your email address will not be published. Required fields are marked *