#Breaking News #District

ବାଲିଗୁଡାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ


ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ପ୍ରହଲ୍ଲାଦ ଖୋସ୍ଲା ଯୋଗ ଦେଇଛନ୍ତି ।କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିକଟରେ ଏକ ଛୋଟ ଆଦିବାସୀ ଗାଁ ଡୋଲିଆମ୍ବର ସୁନା ପୁଅ ଶ୍ରୀ ଖୋସ୍ଲା ପ୍ରାଥମିକ ଶିକ୍ଷକ ଭାବରେ ମାଲକାନଗିରି ଜିଲ୍ଲା ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ପରକନମାଲା ଆଶ୍ରମ ବିଦ୍ୟାଳୟ ରେ ପ୍ରାଥମିକ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ l ନିଜ ଉଦ୍ୟମରେ ସେ ବିଇଡି ପାଠ୍ୟକ୍ରମ ସଫଳତାର ସହ ଶେଷ କରି ଓଏଏସ୍ ଅଧିକାରୀ ହେବାପାଇଁ ନିଜସ୍ଵ ଢଙ୍ଗରେ ପ୍ରଚେଷ୍ଟା ଜାରି ରଖିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଘୋଷିତ ଅଧିସୂଚନା ଅନୁଯାୟୀ ଶ୍ରୀ ଖୋସ୍ଲା ସଫଳତା ର ସହ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବରେ ନିୟୋଜିତ ହେବା ପାଇଁ ଓପିଏସି ଦ୍ଵାରା ଆୟୋଜିତ ପରୀକ୍ଷା ରେ ସଫଳତା ହାସଲ କରି ବାଲିଗୁଡା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ପ୍ରଥମ କରି ଯୋଗ ଦେଇଛନ୍ତି । ଯୋଗ ଦେବା ପରେ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ବର୍ତ୍ତମାନ ବାଲିଗୁଡା ଉପଖଣ୍ଡର ସୂଚନା ଓ ଲୋକ ସମ୍ପର୍କ ବିଭାଗର ଭାରପ୍ରାପ୍ତ ଅଧିକାରୀ ରୂପେ ଦାୟିତ୍ଵ ତୁଲାଉଥିବା ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲାପାଳ ବନମାଳୀ ଶତପଥୀ ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ଦୀର୍ଘ ଦିନ ଧରି ଏହି ପଦବୀଟି ଖାଲି ରହିଥିଲା । ଶ୍ରୀ ଖୋସ୍ଲା ଏହି ପଦବୀରେ ଯୋଗଦେବା ପରେ ଜନସାଧାରଣ ଙ୍କ ନିକଟରେ ଉପଯୁକ୍ତ ଭାବରେ ଓ ଉଚିତ ସମୟରେ ସରକାରୀ ସୂଚନା ସବୁ ପହଞ୍ଚି ପାରିବ ସେ ଦିଗରେ ଆପ୍ରାଣ ଉଦ୍ୟମ କରିବେ ବୋଲି କହିଛନ୍ତି । ଏତଦ ବ୍ୟତୀତ ବାଲିଗୁଡା ଉପଖଣ୍ଡ ର ସମସ୍ତ ସାମ୍ବାଦିକ ମାନଙ୍କ ସହ ସମନ୍ୱୟ ରକ୍ଷା କରି ସେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସବୁ କାର୍ଯ୍ୟ ସମ୍ପନ୍ନ କରିବେ ବୋଲି ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି l

Leave a comment

Your email address will not be published. Required fields are marked *