#Breaking News #District

ମୂଖ୍ୟ ବିଚାରପତିଙ୍କ ଦ୍ଵାରାଭରଚୁଆଲରେ ଫୁଲବାଣୀ ଜିଲ୍ଲା ଦୌରାଜଜ୍ କୋର୍ଟ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲାସଦର ମହକୁମା ଫୁଲବାଣୀ ସ୍ଥିତ ଦାତପାଜୁ ଠାରେ ହେବାକୁ ଥିବା ନୂତନ ଜିଲ୍ଲା ଦୌରାଜଜ୍ କୋର୍ଟ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି l ଏହାକୁ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ. ଏସ. ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ଗାନ୍ଧୀ ସ୍ମୃତି ଭବନ ଠାରେ ଶୁଭ ଉଦଘାଟନ କରିଥିଲେ l ଏହି ଶୁଭ ଉଦଘାଟନ ସମୟରେ ମଞ୍ଚାସୀନ ଓଡିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର
ଜଷ୍ଟିସ୍ ଏବଂ ବିଲଡିଂ କମିଟି ଅଧ୍ୟକ୍ଷ ଡଃ. ବି. ଆର. ଷଡଙ୍ଗୀ ଓ ମାନ୍ୟବର ଜଷ୍ଟିସ୍ ଏମ. ଏସ. ସାହୁ ଏଡମିନିଷ୍ଟ୍ରେଟିଭ୍ ଜଜ କନ୍ଧମାଳ, ଜିଲ୍ଲା ଦୌରାଜଜ୍ ସତ୍ୟପିର ମିଶ୍ର, ଫୁଲବାଣୀ ଓକିଲ ସଂଘର ସଭାପତି ଭଗବାନ ମହାନ୍ତି, ସମ୍ପାଦକ କମଳ କୁମାର ବେହେରା ମଞ୍ଚାସୀନ ରହି ସେବା କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିଥିଲେ l ଏହା ପରେ ଓକିଲ ସଙ୍ଘ ସଭାପତି ଭଗବାନ ମହାନ୍ତି ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଅତିଥିଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଇ ଥିଲେ l ସେହିପରି ଜିଲ୍ଲା ଦୌରାଜଜ୍ ମୁଖ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ମାନ୍ୟବର ବିଚାରପତି ଡ଼ଃଏମ ଏସ ସାହୁ ଜିଲ୍ଲାରେ ହେବାକୁ ଥିବା ଜିଲ୍ଲା ଦୌରାଜଜ୍ କୋର୍ଟ କମ୍ପ୍ଲେକ୍ସର ଭିତ୍ତି ପ୍ରସ୍ତର ସ୍ଥାପନ ଉପରେ ସୂଚନା ଦେଇଥିଲେ l ଏହା ସହିତ ମାନ୍ୟବର ବିଚାରପତି ବି. ଆର ଷଡଙ୍ଗୀ କନ୍ଧମାଳ ଜିଲ୍ଲାପାଳ,ଆଶିଷ ଈଶ୍ୱର ପାଟିଲ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ

କୁମାର ପାତ୍ର ଓ ପ୍ରଶାସନର ସହଯୋଗକୁ ଧନ୍ଯବାଦ ଦେବା ସହିତ ମୂଖ୍ୟ ବିଚାରପତିଙ୍କର ନିଷ୍ଠାପର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ l ପରେ ନୂତନ ଭାବରେ ହେବାକୁ ଥିବା କୋର୍ଟ କମ୍ପ୍ଲେକ୍ସର ଏକ ଡକମେଣ୍ଟ୍ରି ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା l ଏଥି ସହିତ ଜିଲ୍ଲା ଓକିଲ ସଂଘକୁ ମଧ୍ଯ ସାଧୁବାଦ ଜଣାଇଥିଲେ l ଏହି ଶୁଭ ଅବସରରେ ଜିଲ୍ଲା ଦୌରାଜଜଙ୍କ ସମେତ ଅନ୍ୟ ବିଚାରପତି, ଓକିଲ ସଂଘ ସଭାପତି ଭଗବାନ ମହାନ୍ତି ଓ ସମସ୍ତ ସଦସ୍ଯ ଓ ଜୁଡିସିଆଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ l

udayalabanya weekly pepar july 2 to 8

Leave a comment

Your email address will not be published. Required fields are marked *