#Uncategorized

ମାସେ ହେଲା ନିଖୋଜ ଥିବା ଵ୍ୟକ୍ତି ଙ୍କ ମାଟି ତଳୁ କଙ୍କାଳ ଜବତ, ହତ୍ୟା ସନ୍ଦେହ


ଫୁଲବାଣୀ -ସୁନୀଲ ପଟ ନାୟକ )ଦୀର୍ଘ ମାସକ ପରେ ନିରୁଦ୍ଧିଷ୍ଟ ବ୍ୟକ୍ତିଙ୍କ ମାଟି ତଳୁ ମିଳିଲା କଙ୍କାଳ l
କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନାଅନ୍ତର୍ଗତ ରେବିଙ୍ଗିଆ ଜଙ୍ଗଲ ରୁଗୁରୁବାର ମାଟି ତଳୁ କଙ୍କାଳ ମିଳିଛି l ଗତ ମାସ 22 ତାରିଖ ରୁ କୁଟିଗୁଡ଼ା ଗା ର ଟିକୁନୁ ଗୌଡନାମକ ଜଣେ ଵ୍ୟକ୍ତି ନିଖୋଜ ଥିଲେ l ଘର ଲୋକେ ବହୁତ ଖୋଜା ଖୋଜିପରେକୌଣସି ସନ୍ଧାନ ନ ମିଳିବାରୁ ଘର ଲୋକେ ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ l ଆଜି ସକାଳୁ ରେବିଙ୍ଗିଆ ଜଙ୍ଗଲରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସ କୁ ଖବର ଦେଇଥିଲେl ଘଟଣା ସ୍ଥଳରେ ବାଲି ଗୁଡା ପୋଲିସ ପହଞ୍ଚି ତଦନ୍ତ କରୁଛି l ପାରି ପାର୍ଶ୍ଵିକ ଅବସ୍ଥା କୁ ଦେଖି ପରିବାର ଲୋକେ ଶବକୁ ଚିହ୍ନଟ କରିଛନ୍ତି ଏବଂ ଜମି ବାଡ଼ିକୁ କେନ୍ଦ୍ର କରି ନିଜ ସମ୍ପର୍କୟମାନେ ହୁଏତ ହତ୍ୟା କରିଥାଇପାରନ୍ତି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି l
ତେବେ ଶବ ବ୍ୟବଛେଦ ପରେ ସର୍ବିଶେଷ ତଥ୍ୟ ଜଣାପଡିବ ବୋଲିବାଲିଗୁଡା ପୋଲିସ କହିଛି l

Leave a comment

Your email address will not be published. Required fields are marked *