#Breaking News

ଢେଙ୍କାନାଳ ରେ ପୁତ୍ରଦା ଏକାଦଶୀ ନୀତି ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ପୁତ୍ରଦା ଏକାଦଶୀ ନୀତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି, ମହାସ୍ନାନ, ବସ୍ତ୍ର, ଫୁଲ ହାର,ତୁଳସୀ ହାର, ପହିଲି ଭୋଗ, ବଲ୍ଲଭ ଭୋଗ, ସାଢେ଼ ଦଶଟା ବେଳେ ଖେଚେଡ଼ି ଭୋଗ, ମଧ୍ୟାହ୍ନ ସମୟରେ ଅନ୍ନ ଧୂପ, ସନ୍ଧ୍ୟା ବେଳେ ଆଳତୀ, ରାତ୍ର ଧୂପ, ମହାଦୀପ ଉଠିବ ମନ୍ଦିର ଉପରକୁ ଓ ଶେଷରେ ପହଡ଼ ପଡ଼ିବ। ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର, କାହାଳୀଆ ଟିକନ ବେହେରା ଓ ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏହି ପୁତ୍ରଦା ଏକାଦଶୀ ନୀତି ସମ୍ପନ୍ନ କରାଯାଇଥିଲା।

Leave a comment

Your email address will not be published. Required fields are marked *